ଭୁବନ,୧୯/୦୯/୨୦୨୧(ଓଡ଼ିଶା ସମାଚାର)- ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଛନ୍ତି ଅଭ୍ନି ଅନ୍ୱେଶା । ଭୁବନେଶ୍ୱରସ୍ଥିତ ବକ୍ସିଜଗବନ୍ଧୁ ଇଂଲିସ ମିଡିୟମସ୍କୁଲ ର ୟୁକେଜି ଛାତ୍ରୀ ଅଭ୍ନି ଅନ୍ୱେଶା ଜାତୀୟସଙ୍ଗୀତ ଗାନ,୧୦ ଟିଶ୍ଳୋକ,ହିନ୍ଦୀରେ ଗୋଟିଏ ଗୀତ ଓ ବକ୍ତୃତା,ଭାରତର ୨୮ ଟି ରାଜ୍ୟର ରାଜଧାନୀ ନାମ,ଓଡିଶାର ୩୦ଟି ଜିଲ୍ଲା ନାମ ଓ ୩୦ ରୁ ଉଦ୍ଧ୍ୱର୍ ଧାର୍ମିକ ପ୍ରଶ୍ନର ସଠିକ ଉତର ଦେଇଥିବାରୁ ତାଙ୍କୁ ଇଣ୍ଡିଆ ବୁକ ତରଫରୁ ମେଡାଲ ସହ ପ୍ରଶଂସା ପତ୍ର ଓ ଆଇକାର୍ଡ ପ୍ରଦାନ କରାଯାଇଛି । ମାତ୍ର ସାଢେ ୫ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିବାରୁ ସ୍କୁଲରେ ଆନନ୍ଦର ଲହରି ଖେଳିଯାଇଛି । ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ସମେତ ବନ୍ଧୁବାନ୍ଧବ,ଆତ୍ମୀୟ ସ୍ୱଜନ ତାଙ୍କୁ ସ୍ନେହାର୍ଶୀବାଦ ଦେଇ ଉଚ୍ଛରୋତର ଉନ୍ନତି କାମନାକରିଛନ୍ତି । ସୁଶ୍ରୀ ଅଭ୍ନିଅନ୍ୱେଶା ଭୁବନେଶ୍ୱରସ୍ଥ ନ୍ୟୁ ଫରେଷ୍ଟ ପାର୍କ ନିବାସୀ ଅଶୋକକୁମାର ପୃଷ୍ଟି,ଅରୁନ୍ଧତୀ ସାହୁ ଙ୍କ ଏକମାତ୍ର କନ୍ୟା ଏବଂ ଢେଙ୍କାନାଳ ଜିଲ୍ଲା ଭୁବନର ବରିଷ୍ଠ ସାମ୍ବାଦି କସୁଶାନ୍ତ କୁମାର ପୋଥାଲଙ୍କର ଝିଆରୀ ବୋଲି ଜଣାପଡିଛି । ଓଡ଼ିଶା ସମାଚାର
