କେନ୍ଦ୍ରାପଡ଼ା,୧୯/୦୯/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୧୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡ଼େରାବିଶି ଓ ରାଜକନିକା ବ୍ଲକ୍ ରେ ଜଣେ ଲେଖା ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୨ ଜଣ ଲେଖା ଓ କେନ୍ଦ୍ରାପଡ଼ା ମୁନିସିପାଲିଟିରେ ୪ ଜଣ ଏହିପରି ମୋଟ୍ ୧୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର