Monday , October 18 2021
Breaking News
Home / ବିଶେଷ / ଅସହାୟଙ୍କୁ ସହାୟତାର ହାତ ବଢାଇଲା ମହାକାଳପଡା ବିକାଶ ମଂଚ

ଅସହାୟଙ୍କୁ ସହାୟତାର ହାତ ବଢାଇଲା ମହାକାଳପଡା ବିକାଶ ମଂଚ

କେନ୍ଦ୍ରାପଡ଼ା,୧୯/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ରଞ୍ଜନ ଦାସଙ୍କ ପରିବାରକୁ ସହାୟତାର ହାତ ବଢାଇଛି ମହାକାଳପଡା ବିକାଶ ମଂଚ । ୫ବର୍ଷ ଧରି ପକ୍ଷାଘାତ ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ହୋଇପଡିଥିବା ରଞ୍ଜନ ଦାସଙ୍କ ସମ୍ପର୍କରେ ଶୁଣିବା ପରେ ମହାକାଳପଡା ବିକାଶ ମଂଚର ସଭାପତି କାଶୀନାଥ ରାଉତରାୟ ରବିବାର ସକାଳେ ତାଙ୍କ ଘରେ ପହଂଚିି ରଞ୍ଜନଙ୍କୁ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଅଟା, ଚୂଡା, ଚିନି ପ୍ରଭୃତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ରାଉତରାୟଙ୍କ ସହିତ ମଂଚର ସଦସ୍ୟ ଧନେଶ୍ୱର ସେଠୀ, ନିରଞ୍ଜନ ଓଝା, ବିଦ୍ୟାଧର ପଲ୍ଲାଇ, ପ୍ରଦୀପ ଦାସ, ପବିତ୍ର ମାଇତି, ନିର୍ମଳ ଓଝା ଓ କମଳାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *