କଟକ ସଦର, ୧୯/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କଟକ ଦଶହରାରେ ୪ ଫୁଟ ମୂର୍ତ୍ତି କୁ ନେଇ ଦୀର୍ଘ ଦିନ ହେଲା ଲାଗି ରହିଥିବା ଵିଵାଦର ଏକପ୍ରକାର ଅନ୍ତଘଟିଛି। ଆଜି ରବିବାର ଏ ସମ୍ପର୍କରେ କଟକ ଶାନ୍ତି କମିଟିର ଵୈଠକ ଅନୁଷ୍ଠିତ ହୋଇ ସରକାର ଙ୍କ ଗାଇଡଲାଇନ୍ ମାନି ପୂଜା କରାଯିବ ବୋଲି ସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସଂପାଦକ ଭିକାରୀ ଦାସଙ୍କ ଠାରୁ ଜଣାପଡ଼ିଛି।ସରକାରଙ୍କ ଅଗଷ୍ଟ ୯ ରେ ପ୍ରକାଶିତ କଟକଣାକୁ ଦ୍ୱିତୀୟ ଵାର ବୈଠକରେ ବଳବତ୍ତର ରଖିଵା ପ୍ରତିବାଦରେ କଟକରେ ଅଶାନ୍ତି ଲାଗି ରହିଥିଲା।ଏପରିକି ସରକାରଙ୍କ ନିଷ୍ପତ୍ତି ବିରୋଧରେ ମଧ୍ୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ମାମଲା ରୁଜୁ ହୋଇଥିଲା।ହେଲେ ସରକାରଙ୍କ ନିଷ୍ପତ୍ତି କୁ କାଏମ ରଖି ମାମଲାକୁ ହାଇକୋର୍ଟ ଖାରଜ କରିଦେଵା ପରେ ଆଉ ଅନ୍ୟ ଉପାୟ ନପାଇ ଶେଷରେ ସରକାରଙ୍କ ନିଷ୍ପତ୍ତି ମାନି ପୂଜା କରିଵାକୁ ରାଜି ହେଲେ କଟକିଆ।ସରକାରଙ୍କ ନିଷ୍ପତ୍ତି ର ପୁନଃ ଵିଚାର ହେଵ ଵୋଲି ଆଶା ରଖି ଵସିରହିଥିଵା କର୍ମକର୍ତ୍ତା ମାନେ ଏବେ ୪ ଫୁଟିଆ ମୂର୍ତ୍ତି ଗଢିଵା ପ୍ରକ୍ରିୟା ଆରମ୍ଭ କରିଦେଇଥିଵା ଜଣାଯାଇଛି।ସେଥିରେ ଏହି ପରିପ୍ରେକ୍ଷୀରେ କଟକ ଵିଜେଡିରେ ଫାଟ ହାଟରେ ପଡି ଦାଣ୍ଡରେ ଗଡୁଛି।ସେ ଯାହା ହେଉ ଅଶାନ୍ତ କଟକ ଶାନ୍ତି କମିଟି ପାଇଁ ଶାନ୍ତ ପଡିଵାକୁ ଯାଉଛି। ଓଡ଼ିଶା ସମାଚାର