Wednesday , October 4 2023
Breaking News
Home / ତାଜା ଖବର / ଅଟୋ ଉପରେ ଉପୁଡି ପଡିଲା ବିଶାଳ ଗଛ : ଡ୍ରାଇଭର ସୁରକ୍ଷିତ

ଅଟୋ ଉପରେ ଉପୁଡି ପଡିଲା ବିଶାଳ ଗଛ : ଡ୍ରାଇଭର ସୁରକ୍ଷିତ

ସାଲେପୁର, ୧୯/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – ଆଜି ଲଘୁଚାପ ବର୍ଷା ଲାଗିରହିଥିବା ବେଳେ, କଟକ ଜିଲ୍ଲାର ପୀର ବଜାର ପେଟ୍ରୋଲ ପମ୍ପ ସମ୍ମୁଖ ରେ ଏକ ତିନି ଚକିଆ ଅଟୋ ରାସ୍ତା କଡ଼ରେ ଥୋଇ ଡ୍ରାଇଭର ଚା ପିଇବାକୁ ଯାଉଥିବା ସମୟ ରେ ରାସ୍ତା କଡ଼ରେ ଥିବା ଏକ ବିଶାଳ ଗଛ ଉପୁଡି ଅଟୋ ଉପରେ ପଡ଼ି ଯାଇ ଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ରକ୍ଷା ପାଇଯାଇ ଥିବା ବେଳେ ଅଟୋ ଟି ଭାଙ୍ଗି ଯାଇଛି ଓ କୌଣସି ଲୋକଙ୍କ କ୍ଷତି ହୋଇ ନଥିବା ଜଣାପଡିଛି । କିଛି ସମୟ ପାଇଁ କଟକ ଚାନ୍ଦଵାଲି ରାସ୍ତା ରେ ଗାଡି ଚଳା ଚଳ ବାଧା ପ୍ରାପ୍ତ ହାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *