Tuesday , May 30 2023
Breaking News
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାରର ୧୮ ଟି ଗେଟ ଖୋଲା – ବନ୍ୟା ଆଶଙ୍କା ଟଳିଳା

ହୀରାକୁଦ ଜଳ ଭଣ୍ଡାରର ୧୮ ଟି ଗେଟ ଖୋଲା – ବନ୍ୟା ଆଶଙ୍କା ଟଳିଳା

ସମ୍ବଲପୁର ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷା କମିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବାହ କମିବାରେ ଲାଗିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଇ ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏହିଭଳି ବନ୍ୟାଜଳ ପ୍ରବାହ କମିଲେ ଆହୁରି ଗେଟ୍ ବନ୍ଦ ହେବାର ସମ୍ଭାବନା ରହିଛି । ୨୮ ଟି ଖୋଲାଯାଇ ବନ୍ୟାଜଳ ନିସ୍କାସନ କରାଯାଉଥିଲା ।

Leave a Reply

Your email address will not be published.