Friday , August 12 2022
Breaking News
Home / ବିଶେଷ /  ସ୍ୱଛ ଭାରତ ମିଶନ ଫେଜ୍ ୨  ସଚେତନତା ଶିବିର 

 ସ୍ୱଛ ଭାରତ ମିଶନ ଫେଜ୍ ୨  ସଚେତନତା ଶିବିର 

ତାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ଜଳ ପରିମଳ ବିଭାଗ ଦ୍ୱାରା ସ୍ୱଛ ଭାରତ ମିଶନ ଫେଜ ୨ ସଚେତନତା ଶିବିର ରଘୁନାଥପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲା ସଂଯୋଜିକା ତପସ୍ୱିନୀ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,  ଏବିଡ଼ିଓ ଅଶୋକ କୁମାର ମହାନ୍ତି ,ବ୍ଲକ୍ ସହକାରୀ ଯନ୍ତ୍ରୀ ଅମିୟଚାନ୍ଦ ମଲିକ୍ ଯୋଗଦେଇ ଉପସ୍ଥିତ ପଂଚାୟତ ପ୍ରତିନିଧି, ପଂଚାୟତ ନିର୍ବାହୀ ଅଧିକାରୀ ,ଗ୍ରାମ ରୋଜଗାର ସାଥି ମାନଙ୍କୁ ନିଜ ନିଜ ପଂଚାୟତ କିପରି ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ପଂଚାୟତ ଗଣାଯିବ ସେ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ମାଷ୍ଟର ଟ୍ରେନର ଭାବେ ସ୍ମୃତିରଂଜନ ମହାନ୍ତି ସରକାରଙ୍କ ଲକ୍ଷ ଓ ଉଦେଶ୍ୟ ସହିତ କେଉଁ ଉପାୟରେ ଏହା କରାଯାଇ ପାରିବ ଉକ୍ତ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ବ୍ଲକ୍ ର ତରିକୁନ୍ଦ, ବରାଗୋଳ, ଜଗନ୍ନାଥପୁର, ଧରାଧରପୁର, ପୁରଣ ଓଡ଼ପଡ଼ା,ଗୁଆଳିପୁର,ରାଢ଼ଙ୍ଗ,ତଅଁରା ଓ ତାରପୁର ପଂଚାୟତରେ ପ୍ରଥମେ ଲାଗୁ କରାଯିବାକୁ ଲକ୍ଷ ରଖା ଯାଇଛି । ଏହି ଶିବିରରେ ବ୍ଲକ୍ ର ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ରଘୁନାଥପୁର ବ୍ଲକ୍ ଆରଡ଼ବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.