Tuesday , October 19 2021
Breaking News
Home / ବିଶେଷ / ସରକାରୀ ସହାୟତା ଅଗ୍ରାହ୍ଯ କରି ଉଦାହରଣ ସୃଷ୍ଟି କଲେ ନିଆରା ମଣିଷ ସମାଜସେବୀ ବୃନ୍ଦାବନ ଦାସ ଆଜାଦ୍

ସରକାରୀ ସହାୟତା ଅଗ୍ରାହ୍ଯ କରି ଉଦାହରଣ ସୃଷ୍ଟି କଲେ ନିଆରା ମଣିଷ ସମାଜସେବୀ ବୃନ୍ଦାବନ ଦାସ ଆଜାଦ୍

କଟକ ସଦର, ୧୮/୦୯/୨୦୨୧(ଓଡିଶା ସମାଚାର/  ବିଷ୍ଣୁ ବେହେରା): କଟକରେ ଦିନରାତି ଗରିଵ ନିଷ୍ପେସିତ ତଥା ଦଳିତ ଓ ଝୁମ୍ପୁଡିଵାସୀଙ୍କ ପାଇଁ ଅହରହ କାର୍ଯ୍ୟ କରି ସମାଜସେବାକୁ ଜୀଵନର ଵ୍ରତ ଭାବେ ଗ୍ରହଣ କରିଥିବା ନିଆରା ମଣିଷ ବୃନ୍ଦାବନ ଦାସ ଆଜାଦ୍ ଶେଷରେ ସରକାରୀ ସହାୟତା କୁ ପ୍ରତ୍ୟାଖ୍ୟାନ କରି ଆଉ ଏକ ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କ ପାଖକୁ ସବୁମନ୍ତେ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ ଯେ ଆଜାଦ୍ ଆଜୀଵନ ଅଵିଵାହିତ ରହି ସମାଜସେବା କୁ ନିଜ ଜୀଵନର ଵ୍ରତଭାଵେ ଗ୍ରହଣ କରିଥିବା ଵେଳେ କଟକ ସହରର ହଜାର ହଜାର ଗରିଵ ଲୋକଙ୍କୁ ଭତ୍ତା,ଵିପିଏଲ୍,ଅନ୍ତୋଦୟ, ରାସନ୍ କାର୍ଡ କରାଇଦେବା ସହ ଵିଶେଷ କରି ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଇ ଆତ୍ମତୃପ୍ତି ଲାଭ କରିଥାଆନ୍ତି। ନିଜେ ରହୁଥିବା ଝୁମ୍ପୁଡି ଘର ଉଛେଦ ହେଵା ପରେ ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦା ଙ୍କୁ ଥଇଥାନ ପ୍ୟାକେଜ ରେ ଆଜାଦଙ୍କୁ ଘର ପାଇଁ ଜମି ଓ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ସମ୍ପ୍ରତି ନିଜର ମୁଣ୍ଡ ଗୁଞ୍ଜିବାକୁ ଅନ୍ୟ କେଉଁଠାରେ ଘରଟିଏ ନଥିଲେ ମଧ୍ୟ ଆଜାଦ୍ ଏହି ସରକାରୀ ସହାୟତା ଦେଵାକୁ ମନା କରିଵାରୁ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଯେହେତୁ ମୁଁ ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଛି ତେଣୁ ନୈତିକତା ଦୃଷ୍ଟିରୁ ସରକାରଙ୍କ ଥଇଥାନ ପ୍ୟାକେଜ ନେଵାଟା ଠିକ୍ ହେଵ ନାହିଁ ଵୋଲି ଆଜାଦ୍ କହିଛନ୍ତି। ଏପରିକି ସେ ମୃତ୍ୟୁ ପରେ ଶରୀର ଦାନ କରିଵେ ଵୋଲି ଚୁକ୍ତି କରିଥିଵା କହିଛନ୍ତି।ଏଭଳି ନିଆରା ଓ ଵିରଳ ମଣିଷଙ୍କ ପାଇଁ ଆଶୀର୍ବାଦ ର ଶୁଅ ଛୁଟିଛି। ଓଡିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୮୭ ଜଣ ଶିଶୁ ଆକ୍ରାନ୍ତ – ୪ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *