କଟକ ସଦର, ୧୮/୦୯/୨୦୨୧(ଓଡିଶା ସମାଚାର/ ବିଷ୍ଣୁ ବେହେରା): ଗତ ଅଗଷ୍ଟ ୯ ରେ ସରକାରଙ୍କ ପ୍ରକାଶିତ କଟକଣାକୁ କୋଭଳ କରି ମୂର୍ତ୍ତି ର ଉଚ୍ଚତା ବୃଦ୍ଧି ପାଇଁ କଟକରେ ସେହି ଦିନଠାରୁ ବିଭିନ୍ନ ପ୍ରକାର ଆନ୍ଦୋଳନ,ଆମରଣ ଅନଶନ,ମୈ।ନ ଧାରଣା ପ୍ରଭୁତି ହୋଇ ଆସୁଥିଲା। ଏଥିପାଇଁ କଟକ ପୂଜା ଓ ଶାନ୍ତି କମିଟି ସହ ରାଜନେତାମାନେ ସରକାରଙ୍କ ସମାଧାନ ବୈଠକ ରେ ଯୋଗ ଦେଇ ପୁନଃ ବିଚାର ପାଇଁ ଦାଵି କରିଥିଲେ।ହେଲେ କରୋନା ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର ପୂର୍ବ ନିଷ୍ପତ୍ତି କୁ କାଏମ ରଖିଥିଲେ।ହେଲେ ଏଥିପାଇଁ ପୂଜା କମିଟି ସଭାପତି ବାଙ୍କୀ ର ପୂର୍ବତନ ବିଜେଡ଼ି ବିଧାୟକ ପ୍ରଭାତ ତ୍ରିପାଠୀ ସରକାରଙ୍କ ନିଷ୍ପତ୍ତି କୁ ଦୂର୍ଭାଗ୍ୟଜନକ କହିଥିଵା ଵେଳେ କଟକର ସାଂସଦରତ୍ନ ଭତୃହରି ମହତାଵ ନିଷ୍ପତ୍ତି କୁ ହାସ୍ୟାସ୍ପଦ କହିଵା ସହିତ ଏଥିପାଇଁ ଯେ କୈ।ଣସି ବ୍ୟକ୍ତି ଅଦାଲତ ଯାଇପାରନ୍ତି ଵୋଲି ପରୋକ୍ଷରେ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ ।ଏପରିକି ନିଜେ ଯାଇଁ ୧୬ ତାରିଖରେ ମୂଖ୍ୟ ମନ୍ତ୍ରୀ ଙ୍କୁ ଭେଟି ଅନୁରୋଧ କରିଵେ ଵୋଲି ଓସିଏରେ ଵୈଠକ ପରେ ଗଣମାଧ୍ୟମ କୁ କହିଥିଲେ। ହେଲେ କଥାଦେଇଥିଵା କଥା ନରଖି ନିର୍ଧାରିତ ଦିନ ପୂର୍ବରୁ ନିଜେ ନଯାଇ ପୂରୁଣା ଵନ୍ଧୁ ପ୍ରଭାତ ତ୍ରିପାଠୀ ଙ୍କ ହାତରେ ଅନୁରୋଧ ପତ୍ର ପଠାଇଥିଵା ଗଣମାଧ୍ୟମରେ କହିଲେ। ହେଲେ ହାଇକୋର୍ଟରେ ରାୟ ଆସିଵା ପୂର୍ବରୁ ସାଂସଦଙ୍କର ଶାଣିତ ସ୍ୱର ଧିରେ ଧିରେ ନରମିଵାକୁ ଲାଗିଲା। ଏଥିପାଇଁ କଟକିଆଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୂଖ୍ୟ ମନ୍ତ୍ରୀଙ୍କ ପାଖକୁ କାହିଁକି ଗଲେ ନାହିଁ ଏବଂ କଥାର ପରିବର୍ତ୍ତନ କୁ ନେଇ ନା ନା କଥା ଶୁଣାଯାଉଛି। ଏଵେ ସରକାରଙ୍କ କଟକଣା ମାନି ପୂଜା କରିଵାକୁ କହିଵା ଵାସ୍ତଵରେ ଭତୃହରିଙ୍କ ଦୋମୁହାଁ ନିତି ପଦାରେ ପଡିଯାଇଛି। ଓଡିଶା ସମାଚାର
