Tuesday , June 6 2023
Breaking News
Home / ବିଶେଷ / ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ହୃଦଘାତରେ କଟକ ଵଡ ମେଡିକାଲରେ ପରଲୋକ

ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ହୃଦଘାତରେ କଟକ ଵଡ ମେଡିକାଲରେ ପରଲୋକ

 କଟକ ସଦର, ୧୮/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ଵେହେରା): ବିଶିଷ୍ଟ ସାହିତ୍ୟିକା, ଗାଳ୍ପିକା, ପ୍ରାବନ୍ଧିକା, ସାମ୍ବାଦିକା ତଥା ଦୈନିକ ସମାଜ ର ପୂର୍ବତନ କାର୍ୟ୍ୟକାରୀ ସଂପାଦିକା ମନୋରମା ମହାପାତ୍ରଙ୍କ ର ଆଜି ଶନିଵାର ଅପରାହ୍ନ ରେ କିଛି ସମୟ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ୮୭ ଵର୍ଷ ଵୟସରେ କଟକ ଵଡ ମେଡିକାଲ ରେ ଦେହାନ୍ତ  ହୋଇଥିବା ଜଣାପଡିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରାଧାନାଥ ରଥଙ୍କ ସୁଯୋଗ୍ୟ କନ୍ୟା ମନୋରମା ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଵା ସହିତ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ତାଙ୍କ ଵିୟୋଗରେ ରାଜ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକା ଙ୍କୁ ହରାଇ ଥିଵାରୁ ସବୁ ମହଲରୁ ଶୋକର ଛାୟା ପ୍ରକାଶ ପାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.