Tuesday , August 16 2022
Breaking News
Home / ବିଶେଷ / ବିଧାୟକଙ୍କ ଛପଡ଼ା ପଂଚାୟତ ପରିଦର୍ଶନ ଓ ରିଲିଫ ବଂଟନ 

ବିଧାୟକଙ୍କ ଛପଡ଼ା ପଂଚାୟତ ପରିଦର୍ଶନ ଓ ରିଲିଫ ବଂଟନ 

ତାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଛପଡ଼ା ଓ ଏରଡ଼ଙ୍ଗା ପଂଚାୟତର ବିଭିନ୍ନ ସ୍ଥାନ ପରିଦର୍ଶନ ସହିତ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ରିଲିଫ ବଂଟନ କରିଛନ୍ତି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏହି କ୍ରମରେ ବିଧାୟକ ନେଉଳିଆ,ପିତାମ୍ବରପୁର,କାକୁଡ଼ିଆ,ଗୋପାଳପୁର ଗ୍ରାମର ଅନ୍ୟୁନ ୧୦୦ ପରିବାରକୁ ଚୁଡ଼ା,ଗୁଡ଼,ବିସ୍କୁଟ ଆଦି ବଂଟନ କରିବା ସହିତ ଦୀର୍ଘଦିନ ହେଲା ରୋଗରେ ପଡ଼ିଥିବା ଏରଡ଼ଙ୍ଗା ପଂଚାୟତର ଗୋପାଳପୁର ଗ୍ରାମର ମନୋଜ ଜେନାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେବାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଯୁବ ବିଜେଡ଼ି ସଭାପତି ସରୋଜ କୁମାର ଦାସ,ପୁର୍ବତନ ସମିତି ସଭ୍ୟ ଖୋକନ ରାୟ,ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ମାନସ ରଂଜନ ଦାସ, ବିଶ୍ୱଜିତ ଦାସ,ଅମିତ ମହାପାତ୍ର,ନୀରାକାର ଖୁଂଟିଆ,କୁଂଜବିହାରୀ ସ୍ୱାଇଁ,ଶେଷଦେବ ସେଠୀ,ଶ୍ରୀନିବାସ ନାୟକଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ୬୨୬.୦୮ …

Leave a Reply

Your email address will not be published.