Saturday , June 3 2023
Breaking News
Home / ବିଶେଷ / ପାଟକୁରା ଥାନାରେ ନୂତନ ଆଇଆଇସି ଙ୍କ ଯୋଗଦାନ

ପାଟକୁରା ଥାନାରେ ନୂତନ ଆଇଆଇସି ଙ୍କ ଯୋଗଦାନ

ଗରଦପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନାରେ ନୂତନ ଆଇଆଇସି ଭାବେ ସରୋଜକୁମାର ସାହୁ ଯୋଗଦାନ କରିଛନ୍ତି । ପୂର୍ବତନ ଆଇଆଇସି ସୁଜିତ କୁମାର ପ୍ରଧାନ ଙ୍କ ଠାରୁ ଶ୍ରୀ ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା ଥାନାରୁ ଏଠାକୁ ବଦଳି ହୋଇ ଆସିଥିବାବେଳେ ପାଟକୁରା ଥାନାର ପୂର୍ବତନ ଆଇଆଇସି ଶ୍ରୀ ପ୍ରଧାନ ଙ୍କର ଜଗତସିଂହପୁର ଜିଲାକୁ ବଦଳି ହୋଇଛି । ନୂତନ ଆଇଆଇସି ଶ୍ରୀ ସାହୁ ପାଟକୁରା ଥାନାରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପରେ କେନ୍ଦ୍ରାପଡ଼ା ରେ ଏସପି ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ଓ ପରେ ପରେ ପାଟକୁରା ଥାନା ଅଧିନସ୍ଥ କୁଦାନଗରୀ ପୋଲିସ ଫାଣ୍ଡିକୁ ଗସ୍ତ କରି ସେଠାରେ ଆଇନ ଶୃଙ୍ଖଳା ସମ୍ପର୍କରେ ତଦାରଖ କରିଛନ୍ତି ।

ନୂତନ ଆଇଆଇସି ଶ୍ରୀ ସାହୁ ଜଣେ କବି । ସ୍କୃତି ଓ ଅନୁଭୂତି, ସ୍ମୃତି ସୁନାକର , ସ୍ମୃତି ଧର୍ମଶାଳା ଆଦି ତାଙ୍କର ଅନେକ କବିତା ପୁସ୍ତକ ପ୍ରକାଶ ପାଇଛି । ୧୦ ରୁ ଅଧିକ ଭଜନ ଆଲବମ୍ ପାଇଁ ସେ ସଂଗୀତ ରଚନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.