Tuesday , August 16 2022
Breaking News
Home / ବିଶେଷ / ପରିବେଶ ସଚେତନତା କର୍ମଶାଳା – ବୃକ୍ଷକୁ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନତା ବାର୍ତା

ପରିବେଶ ସଚେତନତା କର୍ମଶାଳା – ବୃକ୍ଷକୁ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନତା ବାର୍ତା

କେନ୍ଦ୍ରାପଡ଼ା, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ପଂଚାୟତ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୋପବନ୍ଧୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବର୍ତନ ହେବ ସମାଜ । ସେମାନେ ଆଗାମୀ ପିଢୀର ଭବିଷ୍ୟତ, ସେମାନଙ୍କ ଭବିଷ୍ୟତକୁ ସେମାନେ ବୃକ୍ଷରୋପଣ ସଂରକ୍ଷଣ କରି ସୁରକ୍ଷା ଦେବେ ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।  ଦୈନିକ ସକାଳର ଜିଲ୍ଲା ପ୍ରତିନିଧି ଦେବଦତ ଦାଶ, ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶୈଳେନ୍ଦ୍ର ମହାନ୍ତି, ସରପଂଚ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନା ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ, ପରିବେଶ ପ୍ରଦୂଷଣ ଓ ତାହାର ନିରାକରଣ, ଅମ୍ଲବର୍ଷା, ଓଜନ ସ୍ତର କ୍ଷୟ, ବିଶ୍ୱ ତାପନ, ଶକ୍ତି ସଂରକ୍ଷଣ ପ୍ରଭୃତି ବିଷୟରେ ମତବ୍ୟକ୍ତ କରିଥିଲେ । ପଣ୍ଡିତ ପ୍ରଭାତ କୁମାର ଶତପଥୀ ବେଦପାଠ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଶରଦ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ପରିବେଶ ସମ୍ପର୍କରେ କେତେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିମା କୁମାର ରଥ, ହେମନ୍ତ କୁମାର ସ୍ୱାଇଁ, ଶ୍ରୀକାନ୍ତ ସାହୁ, ତରଙ୍ଗ କୁମାର ଦାସ, ଅଜିତ କୁମାର ମଲ୍ଲିକ, ରବୀନ୍ଦ୍ର ନାଥ ଦାସ, ଭିକାରୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଇକୋକ୍ଲବ ଶିକ୍ଷକ ବୈଦନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷର ଚାରା ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ୱାଧୀନତା ଦିବସରେ ଆତ୍ମପ୍ରକାଶ କଲା ଏକ ସ୍ୱତନ୍ତ୍ର ସାମାଜିକ ସଂଗଠନ ” କଟକ ସଦର ବିଚାର ମଞ୍ଚ”

କଟକ ସଦର, ୧୬/୦୮/୨୦୨୨(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ପୂର୍ଵ ଘୋଷଣା ଅନୁଯାୟୀ ଅଗଷ୍ଟ ୧୫ ରେ ଆତ୍ମପ୍ରକାଶ କରିଛି ଵହୁ …

Leave a Reply

Your email address will not be published.