ନିଶ୍ଚିନ୍ତକୋଇଲି,୧୮/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା)-ସ୍ଥାନୀୟ ନେମାଳ ପଦ୍ମବନ ସ୍ଥିତ ମାଲିଗାଁ ଗ୍ରାମର ପତିତପାବନ ଙ୍କ ଷଷ୍ଠ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ପବିତ୍ର ସୁନିଆଁ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୀତି କାନ୍ତି, ପହିଲି ଭୋଗ, ମଙ୍ଗଳ ଆଳତି ଓ ପୂଜାର୍ଚନା ଆଦି ସମାପନ କରାଯାଇଥିଲା । ରାସ ମଣ୍ଡଳୀ ଦ୍ୱାରା ଭଜନ, ସଂକୀର୍ତନ ଓ ରାସ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଓ କାର୍ତ୍ରୀ ଭାବେ ରତ୍ନାକର ବାରିକ ଓ ତେଜସ୍ୱିନୀ ବାରିକ ଉପାସନା ରେ ଭାଗ ନେଇଥିଲେ । କାର୍ୟ୍ୟକ୍ରମ ରେ ହୃଷିକେଶ ପୂଜାରୀ ସହାୟତା କରିଥିଲେ । ଏଥିରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦ ଯୋଗ ଦେଇଥିଲେ । ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର