Friday , August 12 2022
Breaking News
Home / ବିଶେଷ / ନିର୍ମାଣ ର ଦୁଇ ମାସ ଗଲାନି ଭୁଷୁଡ଼ିଲା ତାଳଦଣ୍ଡା କେନାଲ ର ଗାର୍ଡ଼ ୱାଲ 

ନିର୍ମାଣ ର ଦୁଇ ମାସ ଗଲାନି ଭୁଷୁଡ଼ିଲା ତାଳଦଣ୍ଡା କେନାଲ ର ଗାର୍ଡ଼ ୱାଲ 

ତାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ନିର୍ମାଣର ଦୁଇ ମାସ ପୁରିନି ଭୁଷୁଡିପଡ଼ିÿିଲା ତାଳଦଣ୍ଡା କେନାଲ ର ଗାର୍ଡ଼ ୱାଲ । ଏପରି ଘଟଣା ହୋଇଛି ମହାନଦୀ ଦକ୍ଷିଣ ପାଶ୍ୱର୍ ଜଳସମ୍ପଦ ବିଭାଗ ମଣିଜଙ୍ଗା ସହକାରୀ ଯନ୍ତ୍ରୀ ଓ ଜଇପୁର କନିଷ୍ଠ ଯନ୍ତ୍ରୀଙ୍କ ଅଧିନରେ ଥିବା ତାରପୁର ଲକ୍ ନିକଟରେ  । ପାଂଚଲକ୍ଷ ଟଙ୍କା ବ୍ୟୟ ଅଟଳଳରେ ହୋଇଥିବା ଏହି କାର୍ଯ୍ୟ ଅତ୍ୟନ୍ତ ନମ୍ନ ମାନର ହୋଇଥିବା ଓ କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ନରହି ଏହି କାର୍ଯ୍ୟ କରାଯାଉଥିବାରୁ ଏପରି ଘଟିଲା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟା ଆସିଲେ ଏଠାରେ ଘଳିଆ ପଡ଼ି ଗ୍ରାମର ଲୋକମାନେ ଜଳବନ୍ଦୀ ହୋଇଥାନ୍ତି ।  ଏ ବାବଦରେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଅଭିଯୋଗ କରାଯାଇଥାଏ । ତେବେ ଏହାକୁ ଗୁରୁତ୍ୱ ନଦେଇ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ  ନିମ୍ନ ମାନର କାର୍ଯ୍ୟ ହେଉଥିବାରୁ  ସରକାରଙ୍କ ଟଙ୍କା ପାଣିରେ ପଡ଼ିଲା ବୋଲି ଲୋକମାନେ ଅଭିଯୋଗ କରିଥିବାବେଳେ ଏହି କେନାଲ ରେ ହୋଇଥିବା କୋଟି କୋଟି ଟଙ୍କାର ଗାର୍ଡ଼ ୱାଲ କାର୍ଯ୍ୟ  ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ କି  ପ୍ରତ୍ୟେକ ବର୍ଷ କେନାଲ ରେ ପାଣି ଆସିବା ପୂର୍ବରୁ ଗ୍ରାମାଂଚଳରେ ଜନ ସାଧାରଣ ଓ ଚାଷ ଜମିକୁ ପାଣି ଯିବା ପାଇଁ  କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ବି ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ସରକାର ଙ୍କ ଟଙ୍କା ଲୋକଙ୍କ କାମରେ ଲାଗି ପାରୁନି ।  ଏ ବିଷୟରେ ମଣିଜଙ୍ଗା ସହକାରୀ ଯନ୍ତ୍ରୀ  ଚିନ୍ମୟ କୁମାର ମହାନ୍ତି କହିଛନ୍ତି ଯେ ପାଣି କମିଲେ ପୁଣି ଥରେ ଗାର୍ଡ଼ ୱାଲ ନିର୍ମାଣ ହେବ । ତେବେ ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ  ଉକ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.