ନିରାକାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ସାଧାରଣ ପ୍ରଶାସନ ସେବା ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତୀର୍ଣ୍ଣ ୬୭ ଜଣଙ୍କର ନାମ ପ୍ରକାଶିତ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶୁଭାଷିଶ କୁଳଭୂଷଣ ପାହାଡ଼ସିଂହଙ୍କ ନାମ ରହିଛି । ସେ ୩୮ ନମ୍ବର ର୍ୟାଙ୍କରେ ଥିବା ଜଣାପଡ଼ିଛି । ରାଜ୍ୟ ଜଙ୍ଗଲ ,ପରିବେଶ ଓ ପାଣିପାଗ ବିଭାଗର ଏସିଏଫ ଓ (ଗ୍ରୁପ -ଏ (ଜେବି) ଓ ଫରେଷ୍ଟ ରେଞ୍ଜର ଗ୍ରୁପ -ବି ପଦବୀରେ ଉକ୍ତ ୬୭ ଜଣ ଯୋଗଦେବାକୁ ଥିବାବେଳେ ଶୁଭାଶିଷ ଏହି ସେବା କରିବାର ସୁଯୋଗ ପାଇବେ । ସେ ବର୍ତମାନ ପଞ୍ଜାବରେ ପଞ୍ଜାବ ନ୍ୟାସିନାଲ ବ୍ୟାଙ୍କରେ ସ୍ପେଶାଲ ମ୍ୟାନେଜରଭାବେ କାର୍ଯ୍ୟରତ ରହିଛନ୍ତି । ତାଙ୍କ ଘର ନିରାକାରପୁର ରାଉଳହଜ । ସେ ରବୀନ୍ଦ୍ରନାଥ ପାହାଡ଼ସିଂହ ଓ ରୀତାମଞ୍ଜରୀ ପାହାଡ଼ାସିଂହଙ୍କ କନିଷ୍ଠ ପୁତ୍ର ଅଟନ୍ତି । ତାଙ୍କ ଏହି ସଫଳତାରେ ନିରାକାରପୁର ଅଂଚଳରେ ଖୁସିର ମାହଲ ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର