ଗରଦପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ଲଗାଣ ବର୍ଷାରେ ଗରଦପୁର ବ୍ଲକ୍ ର ହଜାର ହଜାର ହେକ୍ଟର ଧାନ ଜମି ଜଳମଗ୍ନ ହୋଇ ପଡ଼ିଛି । ପାଣି ନିସ୍କାସନ ନହୋଇପାରିବାରୁ ଚାଷୀଙ୍କ ଭାତ ହାଣ୍ଡି ଉଜୁଡ଼ି ଯିବାକୁ ବସିଛି । ଫଳରେ ଚାଷୀମାନେ ନୀରାଶ ହେବା ସହ କିପରି ପରିବାର ପୋଷଣ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହିଭଳି ପ୍ରତିବର୍ଷ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରି ଚାଷୀ ମାରଣ ନୀତି ଆପଣେଇ ଥିବା ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଆଜି ଗରଦପୁର ବ୍ଲକ୍ ର ବିଭିନ୍ନ ଜଳମଗ୍ନ ଅଂଚଳ ବୁଲି ଦେଖିବା ସହ ଏପରି ଅଭିଯୋଗ କରିଛନ୍ତି । ଏହି ସମୟରେ ବ୍ଲକ୍ ର ଧାନମଣ୍ଡଳ, ନାଗଣପୁର, ବଡ଼ବେତ୍ରା, ତଳକୁସୁମା, ରାମଚନ୍ଦ୍ରପୁର, ଡ଼ାହାଳପୁର, ଜିରାଳ, ନଡ଼ିଆବରେଇ ବାସୁଦେଇପୁର ସମେତ ବିଭିନ୍ନ ଜଳମଗ୍ନ ପାଟ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏପରିକି ନେମାଳ ଠାରୁ ଆସୁଥିବା ଉଦବୃତ ଜଳକୁ ଦିସ୍କାସନ କରିବା ପାଇଁ ଜିରାଳ ଠାରେ ଏକ ସ୍ଲୁଇସ ଗେଟ ସ୍ଥାପନ କରି ଚତ୍ରୋପôଳା ନଦୀକୁ ବର୍ଷା ଜଳ ଛାଡ଼ିବା ଓ ବିଭିନ୍ନ ପାଟନାଳୀରେ ସ୍ଥାପନ କରାଯାଇଥିବା ଚେକ ଗେଟ କୁ ମରାମତି କରି ଚାଷୀମାନଙ୍କୁ ଆକଶ୍ୟକ ମୁତାବକ ପାଣି ଯୋଗାଇ ଅବଶିଷ୍ଟ ପାଣି ନିସ୍କାସନ ସମସ୍ୟା ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହାଛଡ଼ା ଚାଷୀମାନଙ୍କୁ କ୍ଷତି ପୁରଣ ପ୍ରଦାନ କରିବା ସହ ତୁରନ୍ତ ବୀମା ରାଶି ସହାୟତା ପ୍ରଦାନ ଓ ଋଣ ଛାଡ଼ ପରଇଁ ଅନୁରୋଧ କୀତଛନ୍ତି । ଏହି ଅବସରରେ ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା,ନୀରଂଜନ ରାଉତ, ଦୟାନିଧି ଜେନା,ସଂଗ୍ରାମ ପୃଷ୍ଟି, ଗୋବର୍ଦ୍ଧନ ସାହୁ,ରଂଜନ ପରିଜା,ଗଦାଧର ପ୍ରଧାନ,ଗୌରାଙ୍ଗ ନାୟକ,ପ୍ରଭାତ ସାମଲ,ଗୋପଳ ସାହୁ , ଅଶୋକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର