ଗରଦପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ହୁରାସାହି ଗ୍ରାମର ଦଳିତ ବସ୍ତିର ଲୋକମାନେ ବନ୍ୟାଜଳ ଓ ବର୍ଷାଜଳ ରେ ଘେରାବନ୍ଦି ହୋଇ ରହିଛନ୍ତି । ଏହି ଦଳିତ ବସ୍ତିର ପରିବାରମାନେ ଜଳବନ୍ଦି ଭାବେ ଦୁର୍ଦଶାରେ ଥିବାରୁ ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ ସେଠାରେ ପହଂଚି ବସ୍ତିର ଶାନ୍ତିଲତା ମଲିକ,ମିନତୀ ମଲିକ,ଛକ ମଲିକ ,ବସନ୍ତ ମଲିକ ,ଅବନ୍ତୀ ମଲିକ,ଦୀପକ ମଲିକ ପ୍ରମୁଖ ଙ୍କୁ ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ଜିତେନ୍ଦ୍ର ରାଉତରାୟ,ଦିଲୁ ମଲିକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର