ନିଶ୍ଚିନ୍ତକୋଇଲି ,୧୮/୦୯/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ପୁର ବଢ଼େଇ ସାହି ନିକଟରେ ଚିତ୍ରୋତ୍ପଳା ନଦୀରେ ଅତଡାଖାଇ ବିପଦ ଶଙ୍କୁଳ ଅବସ୍ଥା ସୃଷ୍ଟି କରିଛି । ନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅତଡ଼ା ଖାଇବା ଅବ୍ୟାହତ ରହିଲେ ଏଠାରେ ଘାଇହେବାର ସମ୍ଭାବନା କୁ ଏଡାଇଦିଆଯାଇ ନପାରେ ବୋଲି କୁହାଯାଉଛି । ଓରିକଣ୍ଟା ଜଳସମ୍ପଦ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ଥିବା ଜଣାପଡିଛି । ସେହିପରି ମହାନଦୀ ଓ ଚିତ୍ରୋତ୍ପଳା ନଦୀର ବିଭିନ୍ନସ୍ଥାନରେ ଅତଡ଼ା ଖାଉଥିବା ଜଣାପଡିଛି । ଓଡିଶା ସମାଚାର