Saturday , October 16 2021
Breaking News
Home / ବିଶେଷ /   ଚିତ୍ରୋତ୍ପଳାରେ ବନ୍ୟାଜଳ ବୃଦ୍ଧି   

  ଚିତ୍ରୋତ୍ପଳାରେ ବନ୍ୟାଜଳ ବୃଦ୍ଧି   

ଗରଦପୁର ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଉପରମୁଣ୍ଡରେ ବର୍ଷା ଲାଗି ରହିବା ଓ ହୀରାକୁଦ ନଦୀବନ୍ଧର ଗେଟ୍ ଗୁଡିକ ଖୋଲାଯିବା ଫଳରେ ପାଟକୁରା ଅଂଚଳ ମଧ୍ୟ ଦେଇ ପ୍ରବାହିତ ହେଉଥିବା ପାଇକା ଓ ଚିତ୍ରୋତ୍ପଳା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି । ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ କେତେକ ପଠାଂଚଳଗୁଡିକ ଜଳମଗ୍ନ ହେବାରେ ଲାଗିଛି । ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାଶ୍ୱର୍ ଜଗନ୍ନାଥପୁର, କୋଡଗାଁ ପାଟଣା, ସମସରା, ପାଟକୁରା, ବେଡାରୀ, ହରିଦାସପୁର, ବିଚଣା, ନୂଆପଡା, ତାଳସଙ୍ଗା, ଗରଜଙ୍ଗା, ଆଦି ନଦୀପଠାଗୁଡିକ ଧିରେ ଧିରେ ବୁଡିବା ଆରମ୍ଭ କରିଛି । ଚିତ୍ରୋତ୍ପଳା ନଦୀ ପଠାର ହରିଦାସପୁର ଠାରେ ଥିବା ଶନି ମନ୍ଦିର ପରିସର ଜଳମଗ୍ନ ହୋଇଛି । ଆଗକୁ ପୂର୍ଣ୍ଣିମା ତିଥି ପଡୁଥିବାରୁ ସମୁଦ୍ର ଜୁଆରିଆ ରହୁଥିବାରୁ ନଦୀଗୁଡିକରୁ ବନ୍ୟା ପାଣି ଧିରମନ୍ଥର ଗତିରେ ନିଷ୍କାସିତ ହେଉଛି । ନଦୀରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପାଟକୁରା ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧର କେତେକ ଦୁର୍ବଳ ଥିବା ସ୍ଥାନମାନଙ୍କରେ ସତର୍କତା ଅବଲମ୍ବନ କରାଯାଇଛି । ପାଟକୁରା ଜଳସମ୍ପଦ ବିଭାଗ ଅଫିସ୍ ପରିସରରେ୧୫ ଶହ ବାଲି ବସ୍ତା ରଖାଯାଇଥିବାବେଳେ,ଚିତ୍ରୋତ୍ପଳା ନଦୀବନ୍ଧର ଜଗନ୍ନାଥପୁର ଠାରେ ନିର୍ମିତ କରାଯାଇଥିବା ସ୍ଲଇସ୍ ନିକଟରେ ନୂଆ ମାଟି ପକାଯାଇଥିବାରୁ ଏଠାରେ ବନ୍ଧ ଦବିଯିବା ଆଶଙ୍କାରେ୧୨ଶହ ବାଲି ବସ୍ତା  ରଖାଯାଇଛି । ସେହିପରି ପାଇକା ନଦୀରେ ଜଳପତନ ବୃଦ୍ଧି ପାଉଥିବାରୁ ଚାଷ ଜମିକୁ ବନ୍ୟା ପାଣି ପ୍ରବେଶ ରୋକିବା ପାଇଁ ପାଟକୁରା  ଜଳସମ୍ପଦ ବିଭାଗ ପକ୍ଷରୁ ପାଇକା ନଦୀବନ୍ଧର କୋଦାକଣ ସ୍ଲୁଇସ୍ ଗେଟ୍ ରେ ଥିବା ୪ଗୋଟି ଗେଟ୍ ,ଗାଡାଗାଡି ଠାରେ ଥିବା ସ୍ଲୁଇସ୍ ର ଗୋଟିଏ ଗେଟ୍, ଜରିପାଳ ଠାରେ ଥିବା ଅନ୍ୟ ଏକ ଗେଟ୍ ଏବଂ କୁଳା ସ୍ଲୁଇସ୍ ଗେଟ୍ ଗୁଡିକୁ ବନ୍ଦ ରଖାଯାଇଛି ।  ଜଳ ସମ୍ପଦ ବିଭାଗର କର୍ମଚାରୀମାନେ ନଦୀବନ୍ଧରେ ପ୍ରହରା ଦେଉଛନ୍ତି । ଗତକାଲି କେନ୍ଦ୍ରାପଡା ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ପ୍ରବୋଧ କୁମାର ରାଉତ ପାଟକୁରା ଅଂଚଳର ଦୁର୍ବଳ ଥିବା କେତେକ ନଦୀବନ୍ଧକୁ ଅନୁଧ୍ୟାନ କରିଥିବାବେଳେ, ଆଜି ପାଟକୁରା ଜଳସମ୍ପଦ ବିଭାଗର ଦାଇତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଇଂ.ଆଶିଷ କୁମାର ସ୍ୱାଇଁ ଓ ବିଭିନ୍ନ ସେକ୍ସନରେ ଥିବା କନିଷ୍ଟ ଯନ୍ତ୍ରୀମାନେ ନଦୀବନ୍ଧ ଗୁଡିକ ବୁଲି  ଦେଖିଛନ୍ତି । ନଦୀରେ ଯେଉଁ ପରିମାଣରେ ବନ୍ୟା ପାଣି ପ୍ରବାହିତ ହେଉଛି,ସେହି ବନ୍ୟା ପାଣି ନଦୀ ମଧ୍ୟରେ ହିଁ ସମୁଦ୍ରକୁ ପ୍ରବାହିତ ହୋଇଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *