କଟକ ସଦର, ୧୮/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଚାଲୁଥିବା ରାଜ୍ୟର ଏକ ଅଗ୍ରଣୀ କନ୍ଦରପୁର ମିନି ଵ୍ୟାଙ୍କ୍ ରେ ଵ୍ୟାପକ ଅନିୟମିତତା, ଠକେଇ,ଅର୍ଥ ଆତ୍ମସାତ ଭଳି ସଙ୍ଗିନ ଅଭିଯୋଗ ଆସିଛି। ପ୍ରକାଶ ଯେ କନ୍ଦରପୁର କୃଷକ ସେଵା ସମଵାୟ ସମିତି ଅଧୁନସ୍ତ କନ୍ଦରପୁର ମିନି ଵ୍ୟାଙ୍କରେ ୨୦୧୩ ମସିହାରୁ ଜାଲିଆତି କରି ଅର୍ଥ ଆତ୍ମସାତ ହୋଇଆସୁଥିବା ତଦନ୍ତ ରୁ ଜଣାପଡିଛି । ଵ୍ୟାଙ୍କର ଜନୈକ କ୍ୟାସିଅର ଦିପ୍ତି କୁମାର ପଟ୍ଟନାୟକ ନିୟମିତ ଭାଵେ ଚାଷୀମାନଙ୍କ ଜମା ଅର୍ଥକୁ ଆତ୍ମସାତ କରିଆସୁଥିଲେ।ଵିଶ୍ୱ।ସ ଜନ୍ମାଇଵାକୁ ଜମାକାରୀଙ୍କ ଜମା ଖାତା ଠିକ କରି ଦେଇ ଵ୍ୟାଙ୍କର ରୋକଡାରେ ତାହା ନଦର୍ଶାଇ ଟଙ୍କା ସଵୁ ନେଇଯାଉଥିବା ଜଣାପଡିଛି। ଏଵେ ନିକଟରେ ସ୍ୱ।ସ୍ଥ୍ୟଗତ କାରଣରୁ ଛୁଟିରେ ଜିଵା ପରେ ଏହିଭଳି ଗୋଟିକ ପରେ ଗୋଟିଏ ଘଟଣା ଜଣାପଡ଼ିବାରେ ଲାଗିଛି। ଵ୍ୟାଙ୍କ ଓ ସମିତିର ପରିଚାଳନା ନିର୍ଦ୍ଦେଶକ ଧିରେନ କୁମାର ଦାସ ୧୩ ଲକ୍ଷ ୧୫ ହଜାର ୬ ଶହ ୧୫ ଟଙ୍କା ଆତ୍ମସାତ ର ତାଲିକା ସଂପୃକ୍ତ କ୍ୟାସିଅର ଙ୍କ ପାଖକୁ ନୋଟିସ୍ ଆକାରରେ ପଠାଇ ଅର୍ଥ ପୈଠ ପାଇଁ ଗତ ୧୫ ତାରିଖକୁ କହି ଚୁପ୍ ହୋଇ ଵସିରହିଥିଵାକୁ ନେଇ ଆହୁରି ସନ୍ଦେହ ଘନିଭୂତ ହେବାରେ ଲାଗିଛି। ଆତ୍ମସାତ ଅର୍ଥର ପରିମାଣ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ହେଵ ଵୋଲି ଵ୍ୟାଙ୍କର ଜନୈକ ଅଧିକାରୀ ନାମ ପ୍ରକାଶ ନକରିଵାକୁ ଅନୁରୋଧ କରି କହିଛନ୍ତି। ଦୀର୍ଘ ଦିନ ହେଲା ଏଭଳି ଠକେଇ ଚାଲୁରହିଥିଵା ଵେଳେ କେହି କେମିତି ଏହାର ଟେର ପାଇପାରୁ ନଥିଲେ ତାକୁ ନେଇ ସନ୍ଦେହ ଵଢିଵା ସହିତ ଆଉ କିଏ ସଵୁ ଏଥିରେ ସଂପୃକ୍ତ ଥାଇପାରନ୍ତି ଵୋଲି ଶୁଣାଯାଉଛି। ଅନ୍ୟ ପକ୍ଷରେ ଜମାକାରୀଙ୍କ ଟଙ୍କା ଵ୍ୟାଙ୍କ ରୋକଡାରେ ନଥିଵାରୁ ସେମାନଙ୍କୁ ବ୍ୟାଙ୍କ୍ ଟଙ୍କା ଫେରସ୍ତ କରିଵା ସମ୍ଭଵ ନୁହେଁ ଵୋଲି ଜଣାପଡିଛି।ସେପଟେ ସଂପୃକ୍ତ କ୍ୟାସିଅର ଆଉ ବ୍ୟାଙ୍କ୍ କୁ ଫେରିଵାକୁ ନେଇ ସନ୍ଦେହ ସୃଷ୍ଟି କରିଛି।ଏପରି ସ୍ଥଳେ ଵିଚାରା ଜମାକାରୀ ଚାଷୀଙ୍କ ମୁଣ୍ଡରେ ଚଡକ ପଡ଼ିଥିବା ଅଭିଯୋଗ ହେଉଛି।ସମଵାୟ ଵିଭାଗ ଏଥିରେ ହସ୍ତକ୍ଷେପ କରି ଅପ୍ରିତୀକର ପରିସ୍ଥିତି ଉପୁଜିବା ପୂର୍ବରୁ ତୁରନ୍ତ ଏହାର ସମାଧାନ କରିଵାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର