Tuesday , June 6 2023
Breaking News
Home / ବିଶେଷ / ଓଡ଼ିଶା ବନ ସେବା ପରୀକ୍ଷାରେ ନିରାକାରପୁର ଶୁଭାଶିଷଙ୍କ କୃତିତ୍ୱ : ଶୁଭେଛାର ସୁଅ ଛୁଟୁଛି

ଓଡ଼ିଶା ବନ ସେବା ପରୀକ୍ଷାରେ ନିରାକାରପୁର ଶୁଭାଶିଷଙ୍କ କୃତିତ୍ୱ : ଶୁଭେଛାର ସୁଅ ଛୁଟୁଛି

ନିରାକାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-୨୦୧୯ ବର୍ଷ ପାଇଁ ଓଡ଼ିଶା ସାଧାରଣ ପ୍ରଶାସନ ସେବା ଦ୍ୱାରା ପରିଚାଳିତ ଓଡ଼ିଶା ବନ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ୬୭ ଜଣଙ୍କର ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶୁଭାଷିଶ କୁଳଭୂଷଣ ପାହାଡ଼ସିଂହଙ୍କ ନାମ ରହିଛି । ସେ ୩୮ ନମ୍ବର ର୍ୟାଙ୍କରେ ଥିବା ଜଣାପଡ଼ିଛି । ମୋଟ ୧୨,୯୦୪ ଆଦେନକାରୀଙ୍କ ମଧ୍ୟରୁ ୨୭୧୭ ଜଣ ଲିଖିତ ପରୀକ୍ଷା ଦେଇଥିଲେ । ସେଥଇରୁ ୬୭ ଜଣ ଉତୀର୍ଣ୍ଣ ହୋଇଛନ୍ତି । ରାଜ୍ୟ ଜଙ୍ଗଲ ,ପରିବେଶ ଓ ପାଣିପାଗ ବିଭାଗର ଏସିଏଫ ଓ (ଗ୍ରୁପ -ଏ (ଜେବି) ଓ ଫରେଷ୍ଟ ରେଞ୍ଜର ଗ୍ରୁପ -ବି ପଦବୀରେ ଉକ୍ତ ୬୭ ଜଣ ଯୋଗଦେବାକୁ ଥିବାବେଳେ ଶୁଭାଶିଷ ଏହି ସେବା କରିବାର ସୁଯୋଗ ପାଇବେ । ସେ ବମାନ ପଞ୍ଜାବର କପୁରଥାଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଉପ ପ୍ରବନ୍ଧକ ଭାବେ କାର୍ଯ୍ୟରତ ରହିଛନ୍ତି । ତାଙ୍କ ଘର ନିରାକାରପୁର ରାଉଳହଜ । ସେ ରବୀନ୍ଦ୍ରନାଥ ପାହାଡ଼ସିଂହ ଓ ରୀତାମଞ୍ଜରୀ ପାହାଡ଼ାସିଂହଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ଭୁବନେଶ୍ୱର ଓୟୁଏଟିର ବନ ମହାବିଦ୍ୟାଳୟରୁ ୨୦୧୮ ମସିହାରେ ଉତୀର୍ଣ୍ଣ ହୋଇଥିଲେ । ତାଙ୍କ ଏହି ସଫଳତାରେ ନିରାକାରପୁର ଅଂଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.