Sunday , October 1 2023
Home / ବିଶେଷ / ଓସା ରାଜ୍ୟ ଆବାହକଙ୍କ ବିରୁଦ୍ଧରେ ମିଥ୍ୟା ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ଓସା ରାଜ୍ୟ ଆବାହକଙ୍କ ବିରୁଦ୍ଧରେ ମିଥ୍ୟା ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

କେନ୍ଦ୍ରାପଡ଼ା, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଓଡିଶା ସୂଚନା ଅଧିକାର ଅଭିଯାନ ଜିଲ୍ଲା ଶାଖା, ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ, କେନ୍ଦ୍ରାପଡା ସେବା ସମିତି, ଭାରତୀୟ ମାନବଧିକାର ପରିଷଦ ଓ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପ୍ରଭୃତି ସାମାଜିକ ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବରେ ଶନିବାର ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ସାଥୀଙ୍କ ନାମରେ ଜନୈକ ଦଳିତ ମହିଳାଙ୍କୁ ବ୍ୟବହାର କରି ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୁର୍ନୀତି ବିରୁଦ୍ଧରେ ଲଗାତର ୧୫ବର୍ଷ ଧରି ଲଢେଇ ଜାରି ରଖିଥିବା ତଥା ସରକାରଙ୍କ ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆଣି ସରକାରଙ୍କ ମୁଖା ଖୋଲୁଥିବା ଯୋଗୁଁ କିଛି ଦଲାଲ ଜମି ମାଫିଆ, ଶିକ୍ଷା ମାଫିଆ ଓ ଲୁଟେରାଙ୍କ ମିଳି ଭଗତରେ ସୂଚନା ଅଧିକାର କର୍ମୀମାନଙ୍କ ସ୍ୱର ଚାପିଦେବାକୁ ହୀନ ପ୍ରୟାସ କରୁଥିବା ଓସା କେନ୍ଦ୍ରାପଡା ଶାଖା ଅଭିଯୋଗ କରିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି, ପ୍ରକାଶ ଦାସ, ବିନୟ ମଳିକ, ସୋମନାଥ ବାରିକ, ପବିତ୍ର ପାଣି, ମଧ୍ୟବି ପରିବାର ମହାସଂଘର ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ହରେକୃଷ୍ଣ ପାତ୍ର, ଚିତ୍ରସେନ ମଣ୍ଡଳ, ଭାରତୀୟ ମାନବଧିକାର ପରିଷଦର ଚିତରଞ୍ଜନ ବେହୁରା, କେନ୍ଦ୍ରାପଡା ସେବା ସମିତିର ମନୋଜ ନାୟକ, ଭାଗୀରଥି ଜେନା, ଆଇନଜୀବି ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *