Friday , January 28 2022
Breaking News
Home / ବିଶେଷ / ସମୁଦ୍ର ଲହଡି ରେ ଭାସିଯାଇ ଯୁବକ ମୃତ- ଲାଇଫ ଗାର୍ଡ ନଥିବାରୁ ଘଟୁଛି ଏହି ଭଳି ଘଟଣା 

ସମୁଦ୍ର ଲହଡି ରେ ଭାସିଯାଇ ଯୁବକ ମୃତ- ଲାଇଫ ଗାର୍ଡ ନଥିବାରୁ ଘଟୁଛି ଏହି ଭଳି ଘଟଣା 

ପାରାଦୀପ ୧୭/୦୯/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ଦିନ ପାରାଦୀପ ଲାଇଟ୍ ହାଉସ୍ ନିକଟସ୍ଥ ସମୁ୍ଦ୍ର ରେ ଗାଧୋଇବା ବେଳେ ବୁଡିଯାଇ ଜଣେ ଯୁବକ ର ମୃତ୍ୟୁ ଘଟିଛି । ଘଟଣା ରୁ ପ୍ରକାଶ ଯେ, ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ପାରାଦୀପ ର ସମସ୍ତ ଶିଳ୍ପ ସଂସ୍ଥା ମାନଙ୍କ ରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ର ପୂଜା ହୋଇଥାଏ । ପୂଜା ନିମନ୍ତେ ସମସ୍ତ ଶିଳ୍ପ ସଂସ୍ଥା ରେ କାମ ବନ୍ଦ ରହିଥାଏ । ଶୁକ୍ରବାର ଦିନ ଛୁଟି ଥିବାରୁ ପାରାଦୀପ ତୈଳ ବିଶୋଧନାଗାର ର ପାଇପ୍ ଲାଇନ୍ ରେ ହେଲପର ଭାବେ କାମ କରୁଥିବା ବିହାର ମୁଜାଫରପୁର ର ବିବେକ୍ କୁମାର (୨୨)ସାଥୀ କର୍ମଚାରୀମାନେ ପ୍ରାୟ ୧୧ଜଣ ଙ୍କ ସହିତ ପାରାଦୀପ ଲାଇଟ୍ ହାଉସ୍ ନିକଟସ୍ଥ ସମୁ୍ଦର ରେ ଗାଧେଇବାକୁ ଆସିଥିଲେ । ସମୁ୍ଦ୍ର ରେ ଗାଧେଇବା ବେଳେ ସେମାନଙ୍କ ମଧ୍ୟ ରୁ ୪ଜଣ ସମୁ୍ଦ୍ର ର ଅନ୍ତସ୍ରୋତ ରେ ଭାସିଯାଇଥିଲେ । ସମୁଦ୍ର ରେ ନିକଟ ରେ ମାଛ ଧରୁଥିବା ମାଛ ଧାରା ଡଙ୍ଗା ସେମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ବିବେକ ଙ୍କର ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ପାରାଦୀପ ବନ୍ଦର ଚିକିତ୍ସାଳୟ କୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶଥାଉକି, ପାରାଦୀପ ସମୁ୍ଦ୍ର ରେ ସବୁ ବେଳେ ଏହି ଭଳି ଦୂର୍ଘଟଣା ଘଟୁଥିଲେ ବି ପ୍ରଶାସନର ଏଥି ପ୍ରତି ନିଘା ନାହିଁ । ଏଠା ରେ ଲାଇଫଗାର୍ଡ ନଥ୍ିବାରୁ ଏହି ଭଳି ଦୂର୍ଘଟଣା ଘଟୁଛି । ପାରାଦୀପ ସମୁଦ୍ର ବେଳାଭୂମି କୁ ବର୍ଷ ତମାମ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ଏହି ସ୍ଥାନ ରେ ସବୁ ବେଳେ ସମୁଦ୍ର ର ଅନ୍ତସ୍ରୋତ ରହୁଛି । ଫଳ ରେ ସମୁ୍ଦ୍ର ରେ ଗାଧୋଇବା ପର୍ଯ୍ୟଟକମାନଙ୍କ ପାଇଁ ବିପଦ ସାଜୁଛି । ପାରାଦୀପ ପୌରପ୍ରଶାସନ କେବଳ ଫଳକ ମାରି ନିଜ ର ଦାୟିତ୍ୱ ସାରି ଦେଇଛି । ସବୁ ବେଳେ ଲାଇଫଗାର୍ଡ ନିୟୋଜନ ପାଇଁ ଦାବି ହେଉଥିଲେ ବି ପ୍ରଶାସନ ଏ ଦିଗ ରେ କର୍ଣ୍ଣପାତ କରୁ ନାହିଁ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *