Friday , September 29 2023
Breaking News
Home / ବିଶେଷ / ଶରତ ରେ କାଶତଣ୍ଡୀ ର ଧବଳ ଚାଦର ରେ ବିମଣ୍ଡିତ ଧରଣୀ  ରାଣୀ

ଶରତ ରେ କାଶତଣ୍ଡୀ ର ଧବଳ ଚାଦର ରେ ବିମଣ୍ଡିତ ଧରଣୀ  ରାଣୀ

ସାଲେପୁର,୧୭/୦୯/୨୦୨୧( ଓଡିଶା ସମାଚାର/ ଅଭୟ ଜେନା ) -ନିର୍ମଳ ଆକାଶରେ ଭସା  ବାଦଲର ଛାୟା ରେ  ନାଚି ନାଚି, ଶରତ ଋତୁ ସାଙ୍ଗରେ, ଶାରଦୀୟସମ୍ଭାର ନେଇଆସେ  ପାର୍ବଣ  ।   ମା ଦଶଭୁଜା  ଦୁର୍ଗା ଙ୍କୁ ଆମନ୍ତ୍ରଣ କରିଥାଏ ଓ  ଧରିତ୍ରୀ ମାତା ର ବକ୍ଷ କୁ ଢାଙ୍କିଦେଇଥାଏ  ସତେ ଯେମିତି ଧୋବ ଫରଫର  ଏଇ  କାଶତଣ୍ଡିଫୁଲ ର ଓଢଣୀ ରେ   ।

 କାଶତଣ୍ଡୀ ଫୁଲ ସବୁ ଶରତ ଋତୁ ର ସୁଲୁସୁଲିଆ ସମୀର ସହ ଦୋଳି ଖେଳିଖେଳି  ମା ଦୁର୍ଗାଙ୍କୁ ସ୍ୱାଗତ କରିଥାନ୍ତି  ।  କାଶତଣ୍ଡୀ ଫୁଲ ପ୍ରକୃତି ର ଏକ ବିଚିତ୍ର ସୃଷ୍ଟି  ।  ଶରତ ଆସିଲେ ରାସ୍ତା କଡ଼ ନଈ ପଠା ସବୁଠି ଦେଖିବାକୁ ମିଳିଥାଏ କାଶତଣ୍ଡୀ ର ସମ୍ଭାର  ।  କୁହାଯାଏ କାଶତଣ୍ଡୀ ଫୁଲର ଚାମର ସ୍ପର୍ଶ ରେ ଧରାବତରଣ କରନ୍ତି ମା ଦଶଭୁଜା ଦୁର୍ଗା  । ମା ଙ୍କ ଆଗମନ ରେ ଧୋବ ଫର ଫର ଚାଦର ରେ ଧରଣୀ ର ଶୋଭା ମଣ୍ଡନ କରୁଥିବା କାଶତଣ୍ଡୀ କୁ ଦେଖିଲେ କବି ମନ ମଧ୍ୟ ଉତୁ୍ଫୁଲିତ ହୋଇଉଠେ ଏବଂ କବି ଲେଖନୀ ରୁ ଆପେ ଆପେ  ଝରି ପଡେ  କବିତାର ନିର୍ଝରିଣୀ   । କଟକ ଜିଲ୍ଲା ମହାନଦୀ ଓ ଚିତ୍ରୋତ୍ପଳା ନଦୀ ପଠା ଓ ପାର୍ଶ୍ୱ ବର୍ତ୍ତୀସ୍ଥାନ ରେ ଦୃଶ୍ୟମାନହୋଇଥାଏ  କାଶତଣ୍ଡୀ ର ସମ୍ଭାର  ଜ୍ଝ  ଏହା  ଯେମିତି  ଓଡ଼ିଆସାହିତ୍ୟ ଓ  ସଂସ୍କୃତି ସହ ଓତପ୍ରୋତ  ଭାବେ ଜଡିତ ।  ରେଖାପଞ୍ଚମୀ ରେ କାଶତଣ୍ଡୀ ଫୁଲ ର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ  । ଶରତ ଋତୁ ର ଆଗମନ ରେ  ଶାରଦୀୟ ଦୁର୍ଗା ପୂଜାର ପ୍ରତୀକ ଭାବେ କାଶତଣ୍ଡୀ ଫୁଲ ଜନମାନସ କୁ  ବିମୋହିତ କରିଥାଏ ।  ପ୍ରକୃତି ର ଏହି ନୈସର୍ଗିକ ଆଭା ପ୍ରକୃତ ରେ ଅନିର୍ବଚନୀୟ  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *