Sunday , October 17 2021
Breaking News
Home / ବିଶେଷ /    ‘ରାଜଗୁରୁ’ ଚଳଚ୍ଚିତ୍ରର ପୋଷ୍ଟର ଓ ଟିଜର ଉନ୍ମୋଚିତ

   ‘ରାଜଗୁରୁ’ ଚଳଚ୍ଚିତ୍ରର ପୋଷ୍ଟର ଓ ଟିଜର ଉନ୍ମୋଚିତ

ଭୁବନେଶ୍ୱର,୧୭/୦୯/୨୦୨୧(ଓଡ଼ିଶା ସମାଚାର)-ସମାଜସେବୀ ଅଭିନେତା ତଥା କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କରଙ୍କ ଜନ୍ମଦିବସ ଅବସରରେ ତାଙ୍କ ଆଗାମୀ ଚଳଚ୍ଚିର୍ତ “ରାଜଗୁରୁ’ର ପୋଷ୍ଟର ଓ ଟିଜର ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟ ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ବି୍ରଟିଶ୍ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ନିଜ ପ୍ରାଣବଳୀ ଦେଇଥିବା ସେହି ମହାନ୍ ପୁରୁଷ ଜୟୀ ରାଜଗୁରୁଙ୍କ ଜୀବନ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମିତ ହେବାକୁ ଯାଉଛି । ପୂର୍ବରୁ ଅନେକ ହିଟ୍ ଫିଲ୍ମ ଦେଇଥିବା ଅଭିନେତା ଚନ୍ଦନ କର ଏହି ଚଳଚ୍ଚିତ୍ରରେ ଜୟୀ ରାଜଗୁରୁଙ୍କ ଭୂମିକାରେ ଅଭିନୟର ଯାଦୁ ଦେଖାଇବେ । ଏହି ଚଳଚ୍ଚିତ୍ରଟି ଆମ ଓଡ଼ିଶାର ଆଗ ଧାଡ଼ିର ସ୍ୱାଧୀନତା ସଂଗ୍ରାମୀ “ଜୟୀ ରାଜଗୁରୁ’ଙ୍କ ସଂଗ୍ରାମୀ କାହାଣୀକୁ ଲୋକଲୋଚନକୁ ଆଣିବା ସହ ଓଡ଼ିଆ ସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରିବାର ଏକ ପ୍ରୟାସ ବୋଲି ଶ୍ରୀଯୁକ୍ତ କର ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଚଳଚ୍ଚିତ୍ରଟି ଓଡ଼ିଆ ସିନେମା ଜଗତର ଏକ ଯୁଗାନ୍ତକରୀ ଚଳଚ୍ଚିତ୍ର ହେବ ବୋଲି ଶ୍ରୀଯୁକ୍ତ କରଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି କର ଆଶାବ୍ୟକ୍ତ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଏକ ଟିମ୍ ରୂପେ ପ୍ରଦୀପ କୁମାର, ଦେବାଶିଷ ଜେନା, ଜ୍ଞାନ ବାରିକ, ମୀର ଅହମ୍ମଦ ଅଲ୍ଲୀ, ନଳିନୀକାନ୍ତ ନାୟକ, ଶେଖର ମହାନ୍ତି ପ୍ରମୁଖ କାର୍ଯ୍ୟ କରୁଛନ୍ତି ।

  ଏହି କାର୍ଯ୍ୟକ୍ରମରେ ନିରୋଜାଲକ୍ଷ୍ମୀ ମହାପାତ୍ର, ସଂଘମିତ୍ରା ମହାପାତ୍ର, ସୁଦର୍ଶନ ପ୍ରଧାନ, ମୁକେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *