Sunday , October 17 2021
Breaking News
Home / ବିଶେଷ / ଭିନ୍ନବନ୍ୟା-ନୀତି – ମାୟାଧର ନାୟକ

ଭିନ୍ନବନ୍ୟା-ନୀତି – ମାୟାଧର ନାୟକ

ବର୍ଷା ଅପେକ୍ଷାରେ ବାଉଳୀଚାଉଳୀ ହେଉହେଉ ଅଚାନକ ଲଘୁଚାପ ସୃଷ୍ଟିହୋଇ ଚାରିପାଂଚଦିନ ଅସରା ଅସରା ମେଘ ବର୍ଷିଗଲେ ଅଜଗର ଗର୍ଭ ପରି ଫୁଲିଉଠେ ଓଡିଶାର ନଈନାଳ … ପାଣିଚାପାର ଫୁକ୍ାରରେ ଫିଟିଯାଏ ହୀରାକୁଦ ବନ୍ଧର ଗୋଟିଏ ପରେ ଗୋଟିଏକବାଟ! ଚାରିଆଡେ ଆର୍ତନାଦ – ଉପକୂଳବର୍ତୀ ଓଡିଶାରେ ସୃଷ୍ଟିହୁଏ ଭୟଙ୍କର ବନ୍ୟାର ବତ୍ିପାତ ! ଖବରକାଗଜର ପ୍ରଥମ ପୃଷ୍ଠାରେ ଶିରୋନାମା ହୁଏ – ବନ୍ୟା !ଅଥଚ ବନ୍ୟାକୁନେଇ ନୂତନ ନୀତି ନିର୍ଦ୍ଧାରଣ କରାଯାଇ ଯୋଜନାକୁ କାର୍ଯ୍ୟକାରୀ କରାଯାଇପାରିଲେ – ବିପତି ଯେ ସଂପତିରେ ବଦଳିଯାଇପାରିବ, ଏ କଥା ବୁଝିବାକେବେ?

କେବେ ବନ୍ୟାତ କେବେ ମରୁଡି, ମଝିରେ ମଝିରେ ବାତ୍ୟା – ପ୍ରତ୍ୟେକ ବର୍ଷ ଏଇ ଖବରରୁ ଓଡିଶା ନିସ୍ତାର ପାଇଲା ନାହିଁ । ପ୍ରାକୃତିକ ବିପର୍ଯ୍ୟୟରୁ ଓଡିଶା କେବେ ମୁକୁଳିବ? ବନ୍ୟା, ବାତ୍ୟା, ମରୁଡିର କ’ଣ ସ୍ଥାୟୀ ପ୍ରତିକାର ସମ୍ଭବ ନୁହେଁ? ଯଦି ସମ୍ଭବ, ତାହା ହୋଇନପାରିବାର କାରଣ କ’ଣ?ମହାନଦୀରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ଦ୍ୱିତୀୟ ବନ୍ଧ ଟିକରପଡାରେ ନିର୍ମାଣ କରିବା ପାଇଁ ଦୀର୍ଘବର୍ଷହେଲା କଥା ଚାଲିଛି – ଏଇ ଦୀର୍ଘବର୍ଷ ଭିତରେ କେତେ ଯେ ଧନଜୀବନ – ଶସ୍ୟସମ୍ଭାର ଉଜୁଡି ସାରିଛି – ତା’ରହିସାବ କିଏ ରଖିଛି? କେବଳ ବନ୍ୟା ନୁହେଁ, ବନ୍ୟା ପରେ ପରେ ମହାମାରୀ, ମରୁଡି, ମଡକ ଭଳି ପରିସ୍ଥିତି ଓଡିଶା ବାସୀଙ୍କ ଦେହସୁହା ହୋଇଗଲାଣି । ଯେଉଁ ବିପଦକୁ ରୋକିବା ପାଇଁ ଆମେ ଶହେଟଙ୍କା ଖର୍ଚ୍ଚକରିଥାନ୍ତେ – ସେବିପଦ ପଡିଲା ପରେ ଆମେ ଲକ୍ଷେଟଙ୍କା ଖର୍ଚ୍ଚକରିଲେ ବି ସୁଫଳ ମିଳୁନି । ବନ୍ୟା ବିପତିର ମୁକାବିଲା ପାଇଁ ସରକାରଙ୍କର ଜନାଭିମୁଖୀ ନିଷ୍ପତି ସହିତ ପ୍ରଶାସନର କର୍ତବ୍ୟନିଷ୍ଠା ଭିତରେ ଯୋଜନଯୋଜନ ବ୍ୟବଧାନ ରହୁଛି ।

ସମୀକ୍ଷା, ପ୍ରସ୍ତାବ, ପ୍ରକଳ୍ପସବୁ ଶୁଣିବାକୁ ଭଲ ଲାଗିପାରେ; କିନ୍ତୁ କୌଣସିଟି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାର ଦେଖାନାହିଁ । ମଧ୍ୟପ୍ରଦେଶ, ଛତିଶଗଡରେ ବର୍ଷାହେଲେ ହୀରାକୁଦ ଡ୍ୟାମରେ ପାଣି ଭର୍ତି ହୋଇଯାଉଛି । ହୀରାକୁଦ ଡ୍ୟାମ ଉଛୁଳିଲେ – ସ୍ଲୁଇସ୍ ଗେଟ୍ ଖୋଲୁଛନ୍ତି – ସେ ଜଳର ଖରପ୍ରଖର ମହାବେଗ ବେଙ୍ଗାପସାଗରରେ ପଡିଲାବେଳକୁ ମହାନଦୀ ଓ ତାର ଶାଖାନଦୀରେ ପ୍ରବଳ ବନ୍ୟାହୋଇ ନଦୀକୂଳ ପାଖାପାଖି ଅଂଚଳରେ ବାସକରୁଥିବା ଦୁଇକୋଟି ଲୋକଙ୍କର ନାହିଁ ନଥିବା କ୍ଷୟକ୍ଷତି କରି ଚାଲିଯାଉଛି । ବନ୍ୟା, ବାତ୍ୟା, ମରୁଡି, ଘରପୋଡି, ଅଂଶୁଘାତ, ଘୂର୍ଣ୍ଣିବାତ୍ୟା, କରକାପାତ ତଥା ଅନ୍ୟାନ୍ୟ କେତେକ ବିପର୍ଯ୍ୟୟ ଓଡିଶାବାସୀଙ୍କ ସହଚର ହୋଇଯାଇଛି । ପ୍ରତିବର୍ଷକିଛି ନା କିଛିଘଟୁଛି । ସବୁକ୍ଷେତ୍ରରେ ଯେ କେବଳ ପ୍ରକୃତି ଦାଉସାଧୁଛି, ତା’ ନୁହେଁ; ଅଧିକାଂଶ ‘ମନୁଷ୍ୟକୃତ’ ବିପଦ । ଯେଉଁମାନେ ବିପଦ ପକାଇ ଖସିଯାଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଶ୍ରାଦ୍ଧଦିବସ ଆମେ ପାଳନ କରୁଛୁ । ତାଙ୍କ ଆଦର୍ଶରେ ଅନୁପ୍ରାଣିତହେବା ପାଇଁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛୁ, ଏହାହିଁ ବିଡମ୍ବନା ।

ହୀରାକୁଦ ଜଳଭଣ୍ଡାରରେ ସର୍ବୋଚ୍ଚ ୬୩୦ ଫୁଟଜଳ ଧାରଣକରିବା ସମ୍ଭବପର । କିନ୍ତୁ ବର୍ତମାନ ପ୍ରାୟ ଜଳଭଣ୍ଡାରରେ ୩୦ ଭାଗ ପଟୁମାଟି ପୋତି ହୋଇଗଲାଣି । ଅର୍ଥାତ୍ ୬୦୦ ଫୁଟ ଜଳଧାରଣକ୍ଷମତା ରହିଛି ।ଉପରମୁଣ୍ଡରୁ ବର୍ଷାହେଲେ ଖୁବ୍ଶୀଘ୍ର ଜଳପ୍ରବେଶ କରୁଛି । ବାସ୍ତବରେ ୬୩୦ ଫୁଟବିପଦ ସଂକେତ ଚିହ୍ନଟ କରି ଜଳ ଛାଡୁଛନ୍ତି । ଯାହା ଫଳରେ ମହାନଦୀରେ ଓ ଶାଖାନଦୀରେ ମାତ୍ରାତିରିକ୍ତ ଜଳ ପ୍ରବେଶ କରୁଛି । ଏହିସବୁ ନଦୀ ଯୋଜନାରହିତ ଯତ୍ନ ଅଭାବରୁ ବହୁ ଦିନ ହେଲା ପୋତିହୋଇ ଆସିଲାଣି । ଜଳଉଛୁଳି ଗାଁଗଣ୍ଡା ଜନଜୀବନ, ଫସଲର ବ୍ୟାପକ କ୍ଷତିଘଟାଉଛି । ହୀରାକୁଦ ଡ୍ୟାମ ଓ ବିଭିନ୍ନ ନଦୀରୁ ପଟୁମାଟି ବହାରକରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ସଂପଦ ସୂଚକ ହୀରାକୁଦ ଆଜି ବିପଦବ୍ୟଂଜକ ହୀରାକୁଦରେ ପରିଣତହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକଦା ଚୀନର ଦୁଃଖହୋୟାଂହୋ ନଦୀ ଥିଲା । ମାଓସେତୁଂଙ୍କନେତୃତ୍ୱରେଚୀନବାସୀ ନଦୀରୁମାଟିଉଠାଇ ବନ୍ଧ ଉଚ୍ଚାକରିଦେଲେ । ସେହି ଦୁଃଖନଦୀ ଏବେ ସୁଖନଦୀରେ ପରିଣତହୋଇଛି । ହୀରାକୁଦ ଡ୍ୟାମ, ରାଜ୍ୟର ନଦୀ, କେନାଲସବୁରୁ ପଟୁମାଟି, ବାଲିବାହାର କରାଯାଇପାରିଲେହିଁ ବନ୍ୟା ବିପତି ବନ୍ୟା ସଂପତିରେ ପରିଣତହେବ ।

୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷରେ ୩୦ ହଜାରଲୋକମରିଥିଲେ । ୧୮୯୯ରେ ଭୟାବହମରୁଡି, ଅନାହାର ଓ ଦୁର୍ଭିକ୍ଷ ପଡିଥିଲା । ବ୍ରିଟିଶବାଲାଙ୍କ ଅବହେଳାଯୋଗୁ ଲୋକେ ମରୁଥିଲେ । ଏହିସବୁ ବିପଦ ଥିଲା ମନୁଷ୍ୟକୃତ । ବିଶେଷକରି ୧୯୯୯ ବିଶ୍ୱରସର୍ବାଧିକ ବିଭୀଷିକାମୟ ଚରମଚକ୍ର ବାତ୍ୟା, ୨୦୦୦ରେ ମହାମରୁଡି, ପୁଣି ୨୦୦୧, ୨୦୦୩, ୨୦୦୮ରେ ମହାବନ୍ୟା ତାଣ୍ଡବଲୀଳାରେ ଓଡିଶାର ଅର୍ଥନୈତିକ ଓ ସାମାଜିକସ୍ଥିତି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ପରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାଯୋଜନା ପ୍ରତି ସରକାର ଆଜି ପର୍ଯ୍ୟାନ୍ତ ଧ୍ୟାନ ଦେଲେ ନାହିଁ । ପାଗ ଭିଡୁଭିଡୁ କଚେରୀ ବରଖାସ୍ତ ହେଲାଭଳି – ସରକାର ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ କହୁଥିବାବେଳେ ୨୦୦୮ ସେପ୍ଟେମ୍ବର, ୨୦୧୪ ଅଗଷ୍ଟବନ୍ୟା ପୁଣି ବନ୍ୟାଂଚଳ ଲୋକଙ୍କ ଆର୍ଥିକମେରୁଦଣ୍ଡ ଭାଙ୍ଗିଦେଲା । ପୁଣି ୨୦୨୧ ବନ୍ୟାର ତାଣ୍ଡବଲୀଳା ।

ଜଳ ବହୁଳେ ସୃଷ୍ଟିନାଶ – ଜଳ ବିହୁନେ ସୃଷ୍ଟିନାଶ । ଏ କଥାପଦକ କେଉଁ ଅନାଦିକାଳରୁ ଚଳିଆସିଛି । ଏଥିରେ ବୈଜ୍ଞାନିକ ସତ୍ୟତା ଅଛି । ଆମ ଓଡିଶାରେ ଏତେ ନଦୀନାଳ ଅଛି – ସବୁବର୍ଷବର୍ଷା ମଧ୍ୟ ହେଉଛି – କିନ୍ତୁ ପାଣିକୁ ଆମେ ଅଟକାଇ ପାରୁନୁ – ସବୁସମୁଦ୍ରକୁବହିଯାଉଛି – ଫସଲ ପାଇଁ ପାଣି ଦରକାର – ସବୁଶୁଖିଲା – ହେଲାମରୁଡି – ମାଟିତଳୁ ମଧ୍ୟ ପାଣି ଉଠାଇ ଜମିରେ ମଡାଇବା କଷ୍ଟକର ଟଙ୍କା ଖର୍ଚ୍ଚକରି କଳକାରଖାନାସବୁ ମାଟିତଳୁ ପାଣି ଶୋଷିନେଉଛନ୍ତି ।

ଇହୁବର୍ଷ ହେଲା ନଈ, ନାଳସବୁ ପୋତି ହୋଇଗଲାଣି । ବର୍ଷାପାଣି ନଈ, ନାଳରେଉଛୁଳି, ଏ କୂଳ ସେକୂଳ ଖାଇ ବିଲବାଡି, ଘରଦ୍ୱାର, ଧନସମ୍ପତି, ଗାଈଗୋରୁ, ପଶୁମଣିଷ ସମସ୍ତଙ୍କୁ ଖାଇ ଗୋଡାଉଛି । ଆମେବନ୍ୟାକୁ ଅଟକେଇ ପାରୁନାହାଁନ୍ତି । ଅଟକାଇପାରିଲେବନ୍ୟାବିପଦ ବରଂବିପୁଳସଂପଦରେ ପରିଣତହୁଅନ୍ତା । ବିଭିନ୍ନ ନଦୀବନ୍ଧ, କେନାଲବନ୍ଧରେ କେଡେକେଡେ ଯେଉଁସବୁ ବିରାଟ ବିଶାଳବପୁବନ୍ତ ବୃକ୍ଷ ଥିଲା ସେସବୁ ଦେଖିବାକୁ ମିଳୁନି । ଲୋକେ ଗଛକାଟି ନେଉଛନ୍ତି । ନୂଆ ଗଛ ଲଗାହେଉନି । କେବଳ କାଗଜପତ୍ରରେ ଗଛ ଲଗାଯାଉଛି । ବନ୍ଧବାଡ ମରାମତି ପାଇଁ ପ୍ରିୟାପ୍ରୀତି ତୋଷଣରେ ଯେଉଁଟଙ୍କାବରବାଦ ହେଉଛି – ତା’ଦ୍ୱାରା ଦୁର୍ବଳ ନଦୀବନ୍ଧ ଯୋଗୁଘାଇ ସୃଷ୍ଟି ହେଉଛି ।

ବନ୍ୟା କାହା ପାଇଁ ପୁଷମାସ – କାହା ପାଇଁ ସର୍ବନାଶ । ଉପଯୁକ୍ତ ଉପଦେଷ୍ଟାହୀନ ସରକାରଙ୍କ ଅଦୂରଦର୍ଶିତା ଯୋଗୁଲୋକଙ୍କର ଯେଉଁ ବ୍ୟାପକ କ୍ଷତିହେଉଛି, ତାହା ଭରଣାକରିବା ସମ୍ଭବ ନୁହେଁ । ଶାସକଦଳ ବିରୋଧିଦଳ ପରସ୍ପର ପ୍ରତି ଯେତେ କାଦୁଅ ଫୋପଡାଫୋପଡିହୁଅନ୍ତୁ ପଛେ, ଏହାଦ୍ୱାରା ବାସ୍ତବ ସମସ୍ୟା ସମାଧାନ ହେଉନାହିଁ । ସମ୍ପ୍ରତି ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରୀ ଦଳ ଯେତେ ଯୋଜନା କରୁଛନ୍ତି – ସେଥିରୁ ସୁଫଳ ମିଳିବ ବୋଲି ଭାବିବା ମୁର୍ଖାମୀ ହେବ । ଶସ୍ତା ଭୋଟରାଜନୀତି ପାଇଁ ଲୋକଙ୍କ ଉପରେ ବିପଦ ପଡୁ – ଏଭଳି ମନୋଭାବ ମଧ୍ୟ ବହୁ ରାଜନେତାଙ୍କ ମଧ୍ୟରେ ଅଛି ଏବଂ ଅଫିସର କର୍ମଚାରୀମାନେ ମଧ୍ୟ କିଛିକିଛି ସୁବିଧା ହାସଲକରୁଛନ୍ତି । ଆଉବିପନ୍ନ ଲୋକେ, ଚୁଡା, ଚାଉଳ, ଗୁଡ, ବିସ୍କୁଟ, ବ୍ଲିଚିଙ୍ଗ୍ ପାଉଡର, ହାଲୋଜେନ୍ ବଟିକାଟିଏ, କିଛି ଘରଭଙ୍ଗାସାହାଯ୍ୟମିଳିଲେ – ଭାଗ୍ୟକୁ ଆଦରି ପଡିରହିଛନ୍ତି ।

ରାଜ୍ୟ ତଥା ଦେଶର ବାସ୍ତବ ଦୂରଦୃଷ୍ଟି ଥିବାବୈଜ୍ଞାନିକ, ଇଞ୍ଜିନିୟର ଓ କାରିଗରୀଜ୍ଞାନ କୌଶଳରେ ନିପୁଣ ତଥା ଜନଦରଦୀ ବ୍ୟକ୍ତିମାନଙ୍କୁନେଇ ଏବଂ ସବୁସ୍ଥାନରୁ ମତାମତ ସଂଗ୍ରହକରି ଦୁଃଖିନୀ ଓଡିଶାକୁ ସୁଖସମୃଦ୍ଧିରେ ପରିପୂର୍ଣର୍କରିବା ପାଇଁ ପ୍ରବଳ ଇଚ୍ଛାଶକ୍ତି ଓ ସାଧୁତା ଥାଇ ନିଷ୍ଠାରସହ ତୁରନ୍ତ ନଈ, ନାଳରୁବାଲି ପଟୁମାଟି ବାହାର କରିବା, ବନ୍ଧବାଡକୁ ମଜବୁତ୍ କରିବା – ଅଧିକ କେନାଲ, ଡ୍ୟାମ୍, ବନ୍ଧ ନିର୍ମାଣ କରିବା, ବନ୍ଧ କେନାଲ କଡେକଡେ ପ୍ରଚୁର ଗଛ ଲଗେଇବା ନିହାତି ଆବଶ୍ୟକ । ବିଶେଷକରି ମହାନଦୀକୁ ସବୁ ନଦୀ କେନାଲ ସହ ସଂଯୋଗ କରି ରିଭରଗ୍ରିଡ୍ ସୃଷ୍ଟି କରିବା ପ୍ରୟୋଜନ । ହୀରାକୁଦ ପାଣି ଛାଡିଲେ କିମ୍ବା ରେଙ୍ଗାଳି ପାଣି ଛାଡିଲେ ମହାନଦୀ, ବ୍ରାହ୍ମଣୀ ଦେଇ ଆସିଲାବେଳକୁ ଅନ୍ୟାନ୍ୟ ନଦୀ, ନାଳ ଦେଇ ଜଳ ଅତିବାହିତ ହେବ । ଯାହାଫଳରେ ବନ୍ୟାକୁ ପ୍ରଥମ ସ୍ତରରୁ ହିଁ ନିୟନ୍ତ୍ରଣ କରାଯାଇପାରିବ । ବର୍ଷା ଓ ବନ୍ୟାଜଳକୁ ବିଭିନ୍ନ ସ୍ଥାନରେ ସଂରକ୍ଷିତ କରାଯାଇ, ଜଳସେଚନର ବନ୍ଦୋବସ୍ତ କରିହେବ । ଓଡିଶାର ଦୁଃଖବନ୍ୟା କ୍ଷତି କରିବ ନାହିଁ କି ମରୁଡିର ଭୟ ଦେଖାଯିବ ନାହିଁ । ଏଥିପାଇଁ ଯେତେଟଙ୍କା ଖର୍ଚ୍ଚହେବ, ଆଦୌ କାଳବିଳମ୍ବ ନକରି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ବହନ କରିବା ଅବଶ୍ୟକରଣୀୟ ନୁହେଁକି?

              -୦-

ଯାଜପୁରରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *