Wednesday , October 20 2021
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସମୂହ ଦୀପଦାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସମୂହ ଦୀପଦାନ

କେନ୍ଦ୍ରାପଡ଼ା, ୧୭/୦୯/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ଅବସରରେ ତାଙ୍କ ନିରାମୟ ଜୀବନ କାମନାକରି ତୁଳସୀକ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ଗତ ଶୁକ୍ରବାର ବିଜେପି ନଗର ଯୁବମୋର୍ଚ୍ଚା ପକ୍ଷରୁ ମୋର୍ଚ୍ଚା ସଭାପତି ସନ୍ଦିପନୀ ଆର୍ଯ୍ୟକୁମାରଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର କର୍ମୀମାନେ ସମୂହ ଦୀପଦାନ କରିବା ସହ ପ୍ରଭୁ ଶ୍ରୀଜୀଉଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ କମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ନୃସିଂହ ପ୍ରସାଦ ପତ୍ରୀ, ବିଜେପି ଜିଲ୍ଲା ସମ୍ପାଦକ ଅମିତାଭ ସୁଆର, ନଗର ଯୁବମୋର୍ଚ୍ଚା ଉପସଭାପତି ଆଦିତ୍ୟ ଦାଶ ଓ ସୁଶାନ୍ତ ବେହେରା, ରାଜେନ୍ଦ୍ର ପତି, ପ୍ରିତମ କୁମାର ସିଂହ, ସତ୍ୟଜିତ କରଙ୍କ ସମେତ ବହୁ ଯୁବମୋର୍ଚ୍ଚା କର୍ମିମାନେ ସାମିଲ ହୋଇଥିଲେ ।ଓଡ଼ିଶା ସମାଚାର

About admin

Check Also

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । …

Leave a Reply

Your email address will not be published. Required fields are marked *