Saturday , October 16 2021
Breaking News
Home / ବିଶେଷ / ପୁଅର ବାପ ମାଙ୍କୁ ହତ୍ୟା ଧମକ : ଜିଲ୍ଲାପାଳଙ୍କୁ ଅଭିଯୋଗ

ପୁଅର ବାପ ମାଙ୍କୁ ହତ୍ୟା ଧମକ : ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୭/୦୯/୨୦୨୧(ଓଡ଼ିଶା ସମାଚାର)-ବୃଦ୍ଧ ବାପା ଓ ମାଙ୍କୁ ପୁଅ ନାନାଦି ହଇରାଣ କରିବା ସହ ହତ୍ୟା ଧମକ ଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଓସ୍ତିଆ ଗ୍ରାମର ବନମାଳି ସେଠୀ ଓ ତାଙ୍କ ପତ୍ନୀ କମଳା ସେଠୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନେ ଦଳିତ ବର୍ଗର ଗରିବ ଦିନମଜୁରିଆ ଶ୍ରେଣୀର ଲୋକ ହୋଇଥିବା ବେଳେ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ବୃଦ୍ଧାବସ୍ଥାରେ ପହଂଚିି ଥିବାରୁ ସେମାନେ ଉଭୟ ପତି ଓ ପତ୍ନୀ ସବୁଦିନେ ମଜୁରୀ ଲାଗି ପାରୁନାହାନ୍ତି । ତାଙ୍କର ୩ପୁଅ ଏବଂ ୫ଝିଅଙ୍କୁ ନେଇ ପରିବାର । ସମସ୍ତଙ୍କୁ ବିବାହ କରିଦେଇଥିବା ବେଳେ ଗୋଟିଏ ଅବିବାହିତ ଝିଅ ସେମାନଙ୍କ ପାଖରେ ଅଛି । ତାଙ୍କ ମଝିଆଁ ପୁଅ ସୁବାସ ଏବଂ ତାର ପତ୍ନୀ ଶାନ୍ତିଲତାଙ୍କ ସମେତ ସୁବାସର ଶଳା ଓ ଶଶୁର ଘର ଲୋକ ମିଶି ପ୍ରତିଦିନ ବନମାଳି ଓ କମଳାଙ୍କୁ ମାଡ ମାରିବା ସହ ଖାଦ୍ୟପେୟରୁ ବଂଚିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ବୃଦ୍ଧ ବୟସରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ସେମାନଙ୍କ ରୋଷେଇ ଘରକୁ ଭାଙ୍ଗି ଦେଇଥିବା ଏବଂ ସେମାନେ ରହୁଥିବା ବାସଗୃହ ସମ୍ମୁଖକୁ ବନ୍ଦ କରି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିବାରେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରି ଦେବାକୁ ପୁଅ ଧମକ ଦେଇଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେବି ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଣୁ ସେମାନେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରି ସେମାନଙ୍କ ଜୀବନର ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *