Friday , September 29 2023
Breaking News
Home / ବିଶେଷ / ପାରାଦୀପରେ ନିଡାମ୍ବର ଭାବେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଳିତ

ପାରାଦୀପରେ ନିଡାମ୍ବର ଭାବେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଳିତ

ପାରାଦୀପ ୧୭/୦୯/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ଓ ଶିଳ୍ପ ସହର ପାରାଦୀପରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ନିଡାମ୍ବର ଭାବେ କୋଭିଡ ନିୟମ ପାଳନ ପୂର୍ବକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଶିଳ୍ପ ସଂସ୍ଥା, ଶ୍ରମିକ ସଂଘ ନିଜନିଜ ସଂଘ ଓ ଅଫିସ କାର୍ଯ୍ୟାଳୟରେ ସିମୀତ ଆକାରରେ ଏହି ପୂଜାର ଆୟୋଜନ କରିଥିବାର ଦେଖାଯାଇଥିଲା । ଏହି ଅବସରରେ ଭାରତୀୟ ବନ୍ଦର ମଜଦୁର ସଂଘ ଓ ପାରାଦୀପ ଶିଳ୍ପାଂଚଳ ଯୁବ ବିକାଶ ପରିଷଦର ସଭାପତି ରାକେଶ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବିଶ୍ୱକର୍ମା ପୂଜା ସଂଘ କାର୍ଯ୍ୟାଳୟ ପରିସରରେ ରୀତିନୀତି ଅନୁଯାୟୀ ପାଳିତ ହୋଇଥିବା ବେଳେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ ସାଧାରଣ ସଂପାଦକ ନୃସିଂହ ଶତପଥିଙ୍କ ନେତୃତ୍ୱରେ ୟୁନିୟନ ପରିସରରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହିପରି ପାରାଦୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ଏବଂ ପାରାଦୀପ ପୋର୍ଟ ଡିଏଲଆର୍ ଆଣ୍ଡ କଂଟା୍ରକ୍ଟ ୱାର୍କମେନ ଆସୋସିଏସନ ସଭାପତି ଅରବିନ୍ଦ ସର୍ଖେଲ(ବାପି)ଙ୍କ ତତ୍ୱାବଧାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ, ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ଓ ବାବା ବିଶ୍ୱନାଥ ଡମ୍ଫର ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଯଥା ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗୋପବନ୍ଧୁ ଷ୍ଟାଡିୟମରେ ବିଶ୍ୱକର୍ମାଙ୍କ ପୂଜା ସମସ୍ତ କୋଭିଡ ନିୟମ ପାଳନ ପୂର୍ବକ ପାଳିତ ହୋଇଯାଇଛି । ଏହି ପୂଜା କାର୍ଯ୍ୟକ୍ରମରେ ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ଧର୍ମେନ୍ଦ୍ର ନାଥ ସୋନ୍ଧି, କାର୍ଯ୍ୟକାରୀ ସଭାପତ ଡା. ଦୁର୍ଗା ପ୍ରସାଦ ସେଠୀ, କୋଷାଧ୍ୟକ୍ଷ ଆର.ଏନ.ମିଶ୍ର, କ୍ରୀଡା ଉପଦେଷ୍ଠା ରବିନ୍ଦ୍ର କୁମାର ଦାସ, ସଂପାଦକ ରଂଜନ ରଶ୍ମି ବେଉରାଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଭ୍ୟସଭ୍ୟା ଓ ଖେଳାଳୀ ମାନେ ପୁଷ୍ପାଞ୍ଜଳି ଦେଇ ପ୍ରଭୁ ବିଶ୍ୱକର୍ମାଙ୍କ ନିକଟରେ ସମସ୍ତ ପାରାଦୀପବାସୀ ନିରୋଗ ରହିବା ପାଇଁ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *