Wednesday , December 8 2021
Home / ବିଶେଷ / ତହସିଲ୍ ଅଫିସ୍ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ୨ ଦିନ ପାଇଁ ସିଲ

ତହସିଲ୍ ଅଫିସ୍ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ୨ ଦିନ ପାଇଁ ସିଲ

ଭୁବନେଶ୍ୱର,୧୭/୦୯/୨୦୨୧(ଓଡ଼ିଶା ସମାଚାର)- ବାରମ୍ବାର ତହସିଲ୍ ଅଫିସ୍ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହି ଦୁଇ ଅଫିସକୁ ବିଏମ୍ସି ସିଲ୍ କରିଛି । ବର୍ତ୍ତମାନ ତହସିଲ ଅଫିସର ୩ ଜଣ ଓ ଉପଜିଲ୍ଲାପାଳଙ୍କ ଅଫିସର ୪ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ୧୭ ଓ ୧୮ ତାରିଖ ଦୁଇ ଦିନ ପାଇଁ ଏହି ଦୁଇଟି କାର୍ଯ୍ୟାଳୟକୁ ବିଏମସି ସିଲ କରିଛି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଏହି ଅଫିସ୍ ମଧ୍ୟକୁ ଯାଇପାରିବେ ନାହିଁ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *