Thursday , October 21 2021
Breaking News
Home / ବିଶେଷ / ଗୋଚର ଜମିରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପଂଚାୟତବାସୀଙ୍କ ବିରୋଧ

ଗୋଚର ଜମିରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପଂଚାୟତବାସୀଙ୍କ ବିରୋଧ

କେନ୍ଦ୍ରାପଡ଼ା, ୧୭/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଂଚାୟତରେ ଗୋଚର ଏବଂ ଜଙ୍ଗଲ କିଷମ ଜମିରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ପଂଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ହଠାତ କେତେକ ଉଚ୍ଚ ସରକାରୀ ପଦାଧିକାରୀ ମଧୁଶାସନ ଗ୍ରାମରେ ପହଂଚିି ସେଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଏକ ଗୋଚର ଏବଂ ଜଙ୍ଗଲ କିଷମ ଜମିକୁ ସ୍ଥିର କରିଛନ୍ତି । ପୂର୍ବରୁ ମଧୁଶାସନ ରାଜସ୍ୱ ଗ୍ରାମର ଖାତା ନମ୍ବର -୧୪୧୫ ଓ ପ୍ଲଟ ନମ୍ବର -୪୪୦୪ ଉପରେ ପଂଚାୟତ ଏବଂ ବ୍ଲକ ପ୍ରଶାସନ ଖେଳପଡିଆ ନିର୍ମାଣ କରିଥିବା ବେଳେ ସେହି ଘଟଣାକୁ ନେଇ ଓଡିଶା ଲୋକାୟୁକ୍ତଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି । ଏବେ ସେହି ଜମି ଉପରେ ମେଗା ପାନୀୟ ଜଳ ପ୍ରକଳ୍ପ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ ପୂର୍ବରୁ ସେ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ମତାମତ ନିଆଯାଇନଥିବା ଅଭିଯୋଗ ହୋଇଛି । ସେହି ଗୋଚର ଜମି ଉପରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲେ ଗ୍ରାମବାସୀମାନଙ୍କ ଗୋରୁଗାଇମାନଙ୍କ ପାଇଁ ଚାରଣ ଭୂମିର ଅଭାବ ଦେଖାଦେବା ସହ ଯୁବକମାନେ ଖେଳପଡିଆର ବ୍ୟବହାରରୁ ବଂଚିତ ହେବେ । ଏହାସହ ସେହି ଅଂଚଳର ପରିବେଶ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂପୃକ୍ତ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ସେକ ନୈାସାଦ ମହମ୍ମଦ, ତସନିମ ଜାନା, ପିଂଟୁ ସାମଲ, ରୁନୁ ସାମଲ, ଅମିତ ଦାସ, କବି ଜେନା, ରବି ସାମଲ, ପଙ୍କଜ ସାମଲ, ହୃଦାନନ୍ଦ ସାମଲ, ପ୍ରତିମା ଜେନା, ପୁଷ୍ପା ସାମଲ, ବିଜୟ ଜେନା ପ୍ରମୁଖ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଏହି ଅଭିଯୋଗର ନକଲ କେନ୍ଦ୍ରାଳ ରାଜସ୍ୱ ଆୟୁକ୍ତ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *