Friday , August 12 2022
Breaking News
Home / ସ୍ୱାସ୍ଥ୍ୟ / କଟକ ଵଡ ଡାକ୍ତରଖାନାରେ ଆଉ ଜଣେ ଏକମୋ ଚିକିତ୍ସାଧୀନ ଙ୍କ ମୃତ୍ୟୁ

କଟକ ଵଡ ଡାକ୍ତରଖାନାରେ ଆଉ ଜଣେ ଏକମୋ ଚିକିତ୍ସାଧୀନ ଙ୍କ ମୃତ୍ୟୁ

କଟକ ସଦର , ୧୭/୦୯/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ଵଡ ଡାକ୍ତରଖାନାରେ ୪ ଜଣ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଇତିମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରକାଶ ଯେ କିଛି ଦିନ ତଳେ କେନ୍ଦ୍ରାପଡା ଜିଲା ପଟାମୁଣ୍ଡାଇ ଅଞ୍ଚଳର ଜନୈକ ଏକମୋ ଚିକିତ୍ସାଧିନଙ୍କ ମୃତ୍ୟୁ ହୋଇଥିବା ଵେଳେ ଗୋଟିଏ ଦିନ ଅନ୍ତରରେ ଆଉ ଜଣେ ବଲାଙ୍ଗିର ଅଞ୍ଚଳର ମହିଳା ଙ୍କର ମୃତ୍ୟୁ ହୋଇଥିଲା।ଗତ କାଲି ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉପସଚିଵ ତଥା ଭୂଵନେଶ୍ୱର ଖାରବେଳ ନଗର ଅଞ୍ଚଳର ଦିଲିପ କୁମାର ଅଗ୍ରୱାଲଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏକମୋ ଇୟୁନିଟରେ ୪ ଜଣ ଚିକିତ୍ସାଧୀନ ଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଵେଳେ ଏଵେ ଆଉ ଜଣେ ଏକମୋ ସପୋର୍ଟରେ ରହିଥିଵା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶା ସମାଚାର

About admin

Check Also

୧୨୩ ଜଣ ଶିଶୁ ଙ୍କ ସମେତ ୫୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଧିରେ ଧିରେ ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆଜି ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା …

Leave a Reply

Your email address will not be published.