କଟକ ସଦର , ୧୭/୦୯/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କିଛି ଦିନ ହେଲା କଟକରେ ଲାଗିରହିଥିବା ବହୁ ଚର୍ଚ୍ଚିତ ଦଶହରା ଦୂର୍ଗା ମୂର୍ତ୍ତି ଵିଵାଦର ଆଜି ପରିସମାପ୍ତି ଘଟିଛି। ଗତ ଅଗଷ୍ଟ ୯ ରେ ସରକାରଙ୍କ କଟକଣାର ପୁନଃ ବିଚାର କରି ମୂର୍ତ୍ତି ର ଉଚ୍ଚତା ବୃଦ୍ଧି ସହ କଟକଣାର ପୁନଃ ଵିଚାର କରିଵାକୁ କଟକ ପୂଜା ଓ ଶାନ୍ତି କମିଟିର ଅନୁରୋଧ କୁ ସରକାର ପ୍ରତ୍ୟାଖାନ କରିଥିଵାକୁ ନେଇ ଆନ୍ଦୋଳନ,ମୈ।ନ ପ୍ରତିଵାଦ,ଆମରଣ ଅନଶନ ଭଳି ଅନେକ ପ୍ରତିଵାଦ ହୋଇ ଆସୁଥିଲା। ଏଥିପାଇଁ ଗତ କାଲି ୧୬ ରେ କଟକ ସାଂସଦ ଭତୃହରି ମହତାଵ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୂଖ୍ୟ ମନ୍ତ୍ରୀ ଙ୍କୁ ଭେଟି ଅନୁରୋଧ କରିଵାକୁ ଥିଵାଵେଳେ ସାଂସଦ ନିଜେ ନଯାଇ ପୂଜାକମିଟି ସଭାପତି ପ୍ରଭାତ ତ୍ରିପାଠୀ ଙ୍କ ହାତରେ ନିବେଦନ ପତ୍ର ପଠାଇ ଥିଲେ।ସରକାରଙ୍କ କଟକଣାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇ ଗତକାଲି ଏହାର ଶୁଣାଣି ହୋଇ ଆଜି ପାଇଁ ରାୟ ସଂରକ୍ଷିତ ଥିଲା।କୋଭିଡ ସମୟରେ ସରକାର ଙ୍କ କଟକଣାକୁ ବଳବତ୍ତର ରଖିଵା ସହିତ ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଥିବାରୁ ଏଵେ ସଵୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଏଥିସହିତ ସାଂସଦ ଭତୃହରିଙ୍କ ପାରିଵାପଣିଆ ପଦାରେ ପଡ଼ିଥିବା ଵେଳେ ପୂର୍ଵତନ ବିଧାୟକ ଦେଵାଶିଷ ସାମନ୍ତରାୟ ଙ୍କ କଟକଣାକୁ ପରୋକ୍ଷ ସମର୍ଥନ ଵଜାୟ ରହିଛି। ଓଡ଼ିଶା ସମାଚାର