Friday , June 2 2023
Breaking News
Home / ବିଶେଷ / ଇଫକୋରେ ‘ବିଶ୍ୱ ଓଜନ ଦିବସ’ ପାଳିତ

ଇଫକୋରେ ‘ବିଶ୍ୱ ଓଜନ ଦିବସ’ ପାଳିତ

ପାରାଦୀପ ୧୭/୦୯/୨୦୨୧(ଓଡ଼ିଶା ସମାଚାର)- ଇଫକୋ ପାରାଦୀପ ୟୁନିଟ ପରିସରରେ ବିଶ୍ୱ ଓଜନ ଦିବସ ପାଳିତ ହୋଇଯାଇଛି । ଏହି ଦିବସର ମହତ୍ୱକୁ ଦର୍ଶାଇ କାରାଖାନା ପରିସରର ବିଭିନ୍ନ ସ୍ଥାନରେ ସଚେତନତା ମୁଳକ ବ୍ୟାନର ପ୍ରଦର୍ଶିତ ହୋଇଥିଲା । ଓଜନ ସ୍ତରର ଅବକ୍ଷୟ ବିଷୟରେ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କ ମଧ୍ୟରେ ଓଜନ ସ୍ତରର ସଂରକ୍ଷଣ ପାଇଁ ସମ୍ଭାବ୍ୟ ସମାଧାନ ପାଇଁ ବିଭିନ୍ନ ସଚ୍ଚେତନ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ ଓଜନ ହ୍ରାସକାରୀ ବିଭିନ୍ନ ପଦାର୍ଥର ବ୍ୟବହାରକୁ ହ୍ରାସ କରିବା ପାଇଁ ଇଫକୋ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଦିଲ୍ଲିପ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ଇଂଜିନିୟର୍ସ ଗୋଷ୍ଠୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଗ୍ଲୋବାଲ ୱାର୍ମିଂ ହ୍ରାସ କରିବା ତଥା ବାୟୁମଣ୍ଡଳରେ ଉଦଯୋଗୀ ଓଜନ ସ୍ତରକୁ ସଂରକ୍ଷଣ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ପଦକ୍ଷେପ ନେବା ଜରୁରୀ । ଏ ସମସ୍ତ କାର୍ଯ୍ୟକ୍ରମକୁ ଇଫକୋ ଜେନେରାଲ ମ୍ୟାନେଜର ଆର. ପାଣ୍ଡେ ସଂଯୋଜନା କରିଥିବାର ଇଫକୋ ଆସିଷ୍ଟାଣ୍ଡ ମ୍ୟାନେଜର (ପ୍ରଶାସନ) ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.