Tuesday , August 16 2022
Breaking News
Home / ଶିକ୍ଷା / ସରକାରୀ ନିୟମ ଉଲ୍ଲଂଘନ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ

ସରକାରୀ ନିୟମ ଉଲ୍ଲଂଘନ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡ଼ା, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ସରକାରୀ ନିୟମ ଓ ଚାକିରୀ ସର୍ତାବଳୀକୁ ଖିଲାପ କରି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନସ୍ତ ଓଳାଭର ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀନିବାସ ଓଝା ବିଭାଗୀୟ କର୍ତୃପକ୍ଷଙ୍କ ଠାରୁ ଅନୁମତି ନନେଇ ଓଳାଭର ଯୁବକ ସଂଘର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ଏସମ୍ପର୍କରେ ଓଳାଭର ଯୁବକ ସଂଘର ଆଜୀବନ ସଦସ୍ୟ ନଳିନୀକାନ୍ତ ପୃଷ୍ଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଅଭିଯୋଗ ପାଇ ରାଜକନିକା ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସେହି ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ ତାଙ୍କ ପତ୍ର ସଂଖ୍ୟା -୧୦୦୨୦ ତା ୧୪.୦୯.୨୦୨୧ରିଖରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ପ୍ରଦାନ କରି ବିଦ୍ୟାଳୟର ଚତୁର୍ଥଶ୍ରେଣୀ କର୍ମଚାରୀ ଶ୍ରୀ ଓଝାଙ୍କୁ ତୁରନ୍ତ ଓଳାଭର ଯୁବକ ସଂଘର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବିଳମ୍ବେ ଅବଗତ କରାଇବାକୁ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଜଣେ ସରକାରୀ କର୍ମଚାରୀ ବିନା ଅନୁମତିରେ କୌଣସି ବେସରକାରୀ ସଂସ୍ଥାରେ ପଦ ପଦବୀରେ ରହି ପାରିବେ ନାହିଁ । ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅଂଚଳର ବହୁ ବୁଦ୍ଧିଜିବୀ, ପୁରାତନ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ ଓ ମଣ୍ଡଳ ଶିକ୍ଷା ଅଧିକାରୀ ସରୋଜକାନ୍ତ ବାହାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର …

Leave a Reply

Your email address will not be published.