Wednesday , December 8 2021
Home / ବିଶେଷ / ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

କେନ୍ଦ୍ରାପଡ଼ା, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା  ପରିସ୍ଥିତିକୁ ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି । ଏବେ ବୈତରଣୀ ନଦୀରେ ବନ୍ୟା ସ୍ଥିତି ମଧ୍ୟମ ଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତାରେ ସ୍ୱଳ୍ପ ମଧ୍ୟମ ଧରଣର ସ୍ଥିତି ଅଛି ବୋଲି ଜିଲ୍ଲାପାଳ କହଛନ୍ତି । ମହାନଦୀରୁ ନିଷ୍କାସିତ ଜଳ କେନ୍ଦ୍ରାପଡାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ପ୍ରାୟ ୪୮ଘଂଟା ଲାଗିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୨ଟି ଓଡିଆରଏଫ ଓ ଗୋଟିଏ ଏନଡିଆରଏଫ ଟିମ ପଠାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ୨ଟି ଓଡିଆରଏଫ ଟିମ ମଧ୍ୟରୁ ଗୋଟିଏ ପେଣ୍ଠପାଳ ଠାରେ ନିୟୋଜିତ ଥିବା ବେଳେ ଅନ୍ୟ ଗୋଟିଏ ତରାଣ୍ଡୋ ଠାରେ ମହଜୁଦ ରଖାଯାଇଛି । ୪୫ଟି ବୋଟକୁ ମଧ୍ୟ ମହଜୁଦ ରଖାଯାଇଛି । ଯେକୌଣସି ଅଭାବନୀୟ ପରିସ୍ଥିତି ପାଇଁ ମଧ୍ୟ ଏନଡିଆରଏଫ ଟିମକୁ ନିୟୋଜିତ କରାଯିବ । ବିଗତ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବେଣୀପୁର ଓ ଅମୃତମଣୋହୀ ଠାରେ ଘାଇ ସୃଷ୍ଟି ହୋଇ ଗମନାଗମନରେ ବାଧା ସୃଷ୍ଟି ହୋଇଛି । ଏହାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଜଳବନ୍ଦୀ ଥିବା ଲୋକମାନଙ୍କୁ ରହିବା ପାଇଁ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଘର ଓ ଅଙ୍ଗନୱାଡି କେନ୍ଦ୍ର ଗୃହ ଯୋଗାଇ ଦେବା ସେଙ୍ଗ ସେଙ୍ଗ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇଥିବା ସୂଚନା ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଯୋଗୁଁ  ଡେରାବିଶ, କୋରୋ ଓ ବଡବେତରା ଗ୍ରାମର ମୋଟ ୩ଜଣଙ୍କର ମୃତୁ୍ୟ ହୋଇଛି । ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କୁ  ପରିବାର ବର୍ଗଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଓ ସରକାରଙ୍କ ରିଲିଫ ନିୟମ ଅନୁଯାଇ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ନଦୀକୂଳରେ ଥିବା ଲୋକମାନେ ଅଯଥା ଭୟଭୀତ ନହୋଇ ସର୍ବଦା ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଂଟ ଯଥା ପୂର୍ତବିଭାଗ, ଜଳସେଚନ, ଆଳି ସାଲାଇନ, ଏମ୍ବାକମେଡିଭିଜନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାର, ଜନସ୍ୱାସ୍ଥ୍ୟ ବିବାଗ, ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କୁ ଚଳିତ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସେହିପରି ଚିକିତ୍ସା ଦଳ ସହ ବ୍ଲିଚିଂ ପାଉଡର ଓ ତୁରନ୍ତ ରିଲିଫ ଯୋଗାଣ ନିମନ୍ତେ ଆବଶ୍ୟକୀୟ ରିଲିଫ ସାମଗ୍ରୀ ଜିଲ୍ଲା ପ୍ରଶାସନ ଓ ବ୍ଲକ /ତହସିଲ ପ୍ରଶାସନ ନିକଟରେ ମହଜୁଦ ଥିବା ଜିଲ୍ଲାପାଳ ସୂଚନା ଦେଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *