Wednesday , December 8 2021
Home / ବିଶେଷ / ଶନିବାର ସଂଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା

ଶନିବାର ସଂଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର,୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଶନିବାର ସଂଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଦେଖାଦେବାର ଆଶଙ୍କା ରହିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଡ୍ୟାମ୍ର ୨୮ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଂଚଳଗୁଡ଼ିକରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ହୀରାକୁଦରୁ ଛଡ଼ାଯାଇଥିବା ପାଣି ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳୀରେ ପହଞ୍ଚିବ । ସକାଳରୁ ମଧ୍ୟାହ୍ନ ଭିତରେ ମୁଣ୍ଡୁଳିରେ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ରାତି ସୁଦ୍ଧା ପାଣି ତଳିଆ ଅଂଚଳରେ ପହଞ୍ଚିବ । ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି । ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର ଓ ପୁରୀ ଭଳି ୬ ଜିଲ୍ଲାରେ ୩୦ଟି ଓଡ୍ରାଫ, ୧୨ଟି ଏନଡ଼ିଆରଏଫ୍ , ଅଗ୍ନିଶମ ବାହିନୀର ୧୦ଟି ଟିମ୍ ଙ୍କୁ ମୁତୟନ କରାଯାଇଛି । ବର୍ତମାନ  ସେମିତି ଉଦବେଗଜନକ ସ୍ଥିତି ନାହିଁ ବୋଲି ଏସଆରସି କହିଛନ୍ତି । ବର୍ଷା ସମାନ୍ୟ କମିଛି । ହେଲେ ଶୁକ୍ରବାର ୧୭ ତାରିଖ ସଂକ୍ରାନ୍ତୀ ଓ ୨୦ ତାରିଖ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ନିସ୍କାସନ ହେବାରେ ସମସ୍ୟା ରହିବ । ଅନ୍ୟ ପକ୍ଷରେ ୧୭ ତାରିଖ ଆଉ ଏକ ଲଘୁଚାପ ଯୋଗୁ ୧୮ ତାରିଖ ଠାରୁ ପୁଣି ବର୍ଷା ହୋଇପାରେ । ଏସବୁକୁ ଦେଖି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *