Monday , September 25 2023
Breaking News
Home / ବିଶେଷ / ରେଳ ଫାଟକ ପଡିବା ଯୋଗୁଁ ଉଭୟ ପାଶ୍ୱର୍ରେ ଘଂଟା ଘଂଟା ଧରି ଅଟକିଲା ଯାନବାହନ

ରେଳ ଫାଟକ ପଡିବା ଯୋଗୁଁ ଉଭୟ ପାଶ୍ୱର୍ରେ ଘଂଟା ଘଂଟା ଧରି ଅଟକିଲା ଯାନବାହନ

ନିରାକାରପୁର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟବଜାରରେ ଥିବା ରେଳବାଇ ଲେବୁଲ କ୍ରସିଂ ଗେଟ ଟି ବୁଧବାର ଦିନ ଟ୍ରେନ ଆସିବାରୁ ବାରମ୍ବାର ପଡିଯିବା ହେତୁ ଉଭୟ ପାଶ୍ୱର୍ରେ ପା୍ରୟ ଘଂଟା ଘଂଟା ଧରି ଉଭୟ ପାର୍ଶ୍ୱରେ ଦୁଇ କିଲୋ ମିଟର ପର୍ଯ୍ୟନ୍ତ ଗାଡି ମଟର ର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଭୀଷଣ ଖରା ସହିତ ଗୁଳୁଗୁଳି ଯୋଗୁ  ବାଟୋଇ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ତେବେ ଗାଡି ମଟର ପ୍ରାୟ ଦେଢ ଘଂଟା ପର୍ଯ୍ୟନ୍ତ ରାସ୍ତା ଜାମ ରହି ତାପରେ ଧୀରେ ଧୀରେ  ଖାଲି ହୋଇଥିଲା ।ଗେଟ ଖୋଲି ଗାଡି ମଟର ଯାତାୟତ ସମୟରେ ଆଗରେ ଯିବାକୁ ନେଇ କିଛି ଗାଡିଚାଳକମଧ୍ୟରେ ହାତାହାତି ସହିତ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *