ନିରାକାରପୁର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ବୁଧିବାମନଙ୍କ ପୂଜାର ଶେଷ ପାଳିରେ ଘରେ ଘରେ ଧୁମଧାମରେ ପୂଜା କରାଯାଉଥିବାର ଦେଖାଯାଇଥିଲା । ମହିଳାମାନେ ଉପବାସ ରହି ଏହି ପୂଜା କରି ବିଭିନ୍ନ ମନସ୍କାମନା ପାଇଁ ଠାକୁରଙ୍କୁ ଗୁହାରୀ ଜଣାଇଥାନ୍ତି । ଶେଷ ପାଳିରେ ବୁଧିବାମନଙ୍କ କୋଠିକୁ ମହିଳାମାନେ ନାନା ପ୍ରକାରର ପିଠା,ମିଠା ,ସ୍ୱାଦିଷ୍ଟ ବ୍ୟଞ୍ଜନ ଓ କ୍ଷୀରି,ପୁରୀ ଇତ୍ୟାଦି ଭୋଗଲାଗି କରିଥିଲେ । ଓଡ଼ିଶା ସମାଚାର