ସାଲେପୁର, ୧୬/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ବ୍ଲକ ମହଣ ପଂଚାୟତ ସ୍ଥିତ ବିଶ୍ଵମାତା ଆଦିଶକ୍ତି ଆଶ୍ରମ ପ୍ରତିଷ୍ଠାତା ବାବା ଶ୍ରୀକର୍ଣ୍ଣ ବାରିକ ଙ୍କ ର ବୁଧବାର ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକ ଖବର ପାଇ ବହୁ ଅନୁଗାମୀ ଓ ଭକ୍ତ ମଣ୍ଡଳୀ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବୈଷ୍ଣବ ରୀତିନୀତି ଅନୁଯାୟୀ ତାଙ୍କ ମରଶରୀର କୁ ଆଶ୍ରମ ପରିସରରେ ସମାଧି ଦିଆଯାଇଥିଲା । ଏହି ସମୟରେ ବଡପୁଅ ମନୋଜ ବାରିକ, ସାନପୁଅ ସରୋଜ, ଝିଅ ତେଜସ୍ୱିନୀ, ଜାମାତା ସାମ୍ବାଦିକ ରତ୍ନାକର ବାରିକ, ଶ୍ରଦ୍ଧାଳୁ ବୀରବର ରଣା, ଧ୍ରୁବ ଚରଣ ରଣା, ଚନ୍ଦନ ବାରିକ ଙ୍କ ସମେତ ଭକ୍ତ ଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ବାବା ଙ୍କ ବିୟୋଗ ରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର