ପାରାଦୀପ,୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଚାରିଦିନ ବ୍ୟାପି ପ୍ରବଳ ବର୍ଷାରେ ପାରାଦୀପ ବିଭିନ୍ନ ତଳିଆ ବସ୍ତି ଅଂଚଳରେ ପାଣି ପଶି ଲୋକମାନେ ଏକ ପ୍ରକାର ଜଳବନ୍ଦୀ ଭାବେ ରହିଥିବା ବେଳେ, ସେମାନଙ୍କ ପାଖରେ କୌଣସି ସରକରୀ କିମ୍ବା ବେସରକାରୀ ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ ପହଁଚି ପାରିନାହିଁ । ତେବେ ଏପରି ବିପଦ ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢାଇଛି ଇଫକୋ । ପାରାଦୀପ ଇଫକୋ ୟୁନିଟ୍ ର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ, ବରିଷ୍ଠ ମହାପ୍ରବନ୍ଧକ(ବିତିୟ) ସୁରେଶ ଗୋଏଲ, ଉପ ମହାପ୍ରବନ୍ଧକ ଜ୍ଞାନଚାନ୍ଦ ଆଚାର୍ଯ୍ୟ ଏବଂ ଯୁଗ୍ମ ମହାପ୍ରବନ୍ଧକ ଅଭୟ କୁମାର ମଲ୍ଲଙ୍କ ନିର୍ଦ୍ଧେଶ କ୍ରମେ ବୁଧବାର ଦିନ ଇଫକୋର ଏକ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ବସ୍ତି ଅଂଚଳ ପରିଦର୍ଶନ କରି ବାଲିଝରା ନିକଟସ୍ଥ ‘ମା ସନ୍ତୋଷୀ ଜରାଶ୍ରମ’, ଦୋଛକି ଠାରେ ଥିବା ‘ସାଇ ଓ ରାମ ଜରାଶ୍ରମ’ ପିପିଏଲ୍ ଛକ ନିକଟସ୍ଥ କୁଷ୍ଠାଶ୍ରମରେ ୧୦୦ରୁ ଉଦ୍ଧ୍ୱର୍ ନିରାଶ୍ରୟ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ସହିତ ଚୁଡା, ଚିନି, ଚାପତି, ମହମବତୀ, ମଶାଧୂପ,ବିସ୍କୁଟ ଆଦି ବଂଟନ କରିଥିଲେ । ଏହି ବଂଟନ ପ୍ରକ୍ରିୟାକୁ ଇଫକୋ ସହାୟକ ପ୍ରବନ୍ଧକ(ପ୍ରଶାସନ) ଏବଂ ଇଫକୋର ପବିତ୍ର କୁମାର ବିଶ୍ୱାଳ ପରିଚାଳନା କରିଥିଲେ । ତେବେ ଆବଶ୍ୟକ ପଡିଲେ ଆଗକୁ ଏପରି ନିରାଶ୍ରୟ ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ଇଫକୋ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର