ପାରାଦୀପ ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ରେ ମୁଖ୍ୟ ପଣ୍ୟ କାରବା ମଧ୍ୟ ରେ ବିଭିନ୍ନ କିସମର କୋଇଲା ଅନ୍ୟତମ । ଓଡିଶାର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ବ୍ୟବସାୟୀମାନେ ନିଜର ଚାହିଦା ଅନୁଯାୟୀ ପାରାଦୀପ ବନ୍ଦର ମାଧ୍ୟମ ରେ ଟ୍ରକ୍ ଦ୍ୱାରା କୋଇଲା ପରିବହନ କରାଇଥାନ୍ତି । କିନ୍ତୁ ପାରାଦୀପ ର ଟ୍ରକ୍ ମାଲିକ ସଂଘ ମାନଙ୍କ ର ନିର୍ଦ୍ଧାରିତ ଅତ୍ୟଧିକ ପରିବହନ ଭଡା ଯୋଗୁଁ ଏସବୁ ସଂସ୍ଥାମାନେ ଗୋପାଳପୁର, ଧାମରା ଓ ଅନ୍ୟାନ୍ୟ ବନ୍ଦର ମାଧ୍ୟମ ରେ କମ୍ ପରିବହନ ଖର୍ଚ୍ଚ ରେ ସେମାନଙ୍କ ପଣ୍ୟ କାରବାର କରୁଛନ୍ତି । ଯାହା ଫଳରେ ପାରାଦୀପ ରେ ଟ୍ରକ୍ ମାଧ୍ୟମ ରେ କୋଇଲ୍ ପରିବହନ ଠପ୍ ହୋଇ ଯାଇଛି । ଯାହାର ସିଧା ନକାରାତ୍ମକ ପ୍ରଭାବ ଗାଡି ମାଲିକ, ବିଭିନ୍ନ ଷ୍ଟିଭେଡୋର୍ସ କମ୍ପାନୀ ସମେତ ପାରାଦୀପ ବନ୍ଦର ଉପରେ ପଡିଛି । ଏତଦ୍ ବ୍ୟତିତ ସମ୍ପ୍ରତି ଆଇରନ୍ ରପ୍ତାନୀ ବନ୍ଦ ଥ୍ିବାରୁ ହଜାର ହଜାର ଟ୍ରକ୍, ମେସିନ୍ ଇତ୍ୟାଦି ବେକାର ହୋଇ ଛିଡା ହୋଇଥିବା ବେଳେ ପାରାଦୀପ ବନ୍ଦର ର ସର୍ବଦା ପଣ୍ୟ ରେ ପୂର୍ଣ୍ଣ ପ୍ଲଟ ଗୁଡିକ ଖାଲି ପଡିଥିବା ଦେଖିବାକୁ ମିଳୁଛି । ତେବେ ଏହି ସମସ୍ୟା ର ସମାଧାନ ପାଇଁ ଓଡିଶା ର ବିଭିନ୍ନ ପ୍ଲାନ୍ଟ ର ଅଧିକାରୀ, ବ୍ୟବସାୟୀ, ଷ୍ଟିଭେଡୋର୍ସ, ଟ୍ରକ୍ ମାଲିକ ସଂଘ ର ମିଳିତ ସମନ୍ୱୟ କମିଟି ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ପାରାଦୀପ ଏକ ହୋଟେଲ୍ ପରିସର ରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ କୋଇଲା ଆମଦାନୀକାରୀ ସଂସ୍ଥା ଅଗ୍ରଓାଲ୍ କୋଲ୍, ଭିସା, ରମେଟ ଗୋଦାବରୀ, ଆନନ୍ଦ କାର୍ଗୋ ଇତ୍ୟାଦି ଙ୍କ ସମେତ ଟ୍ରକ୍ ମାଲିକ ସଂଘ ର ମିଳିତ ସମନ୍ୱୟ କମିଟି ର ସୁମନ୍ତ ବିଶ୍ୱାଳ, ଆଲୋକ ପରିଡା,ଷ୍ଟିଭେଡୋର୍ସ ସଂସ୍ଥା ର ଅକ୍ଷୟ ଚନ୍ଦ୍ର ସୁତାର, ପ୍ରଦୀପ ବୋଷ, ପ୍ରବାତ ନନ୍ଦୀ, ସୁବାସ ଆଚାର୍ଯ୍ୟ ପ୍ରମୁଖ ଏହି ବୈଠକ ରେ ଉପସ୍ଥିତ ରହି କୋଇଲା ପରିବହନ ଭଡା ତୁଳନାତ୍ମକ ଭାବେ କମ୍ କରି ପୁର୍ନବାର ପାରାଦୀପ ରେ ପରିବହନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଲୋଚନା କରିଥିଲେ । ତେବେ ଏ ସଂପର୍କ ରେ ସହମତି ପ୍ରକାଶ ପାଇ ତୁରନ୍ତ କୋଇଲା ପରିବହନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡିଛି । ଓଡ଼ିଶା ସମାଚାର