Monday , September 25 2023
Breaking News
Home / ଶିକ୍ଷା / ପାରାଦୀପ ମହାବିଦ୍ୟାଳୟର ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର ଷ୍ଟଡି ସେଂଟର ଉଦଘାଟିତ

ପାରାଦୀପ ମହାବିଦ୍ୟାଳୟର ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର ଷ୍ଟଡି ସେଂଟର ଉଦଘାଟିତ

ପାରାଦୀପ,୧୬/୦୯/୨୦୨୧(ଓଡ଼ିଶା ସମାଚାର)- ବୁଧବାର ଅପରାହ୍ନରେ ପାରାଦୀପ ମହାବିଦ୍ୟାଳୟର ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର ଷ୍ଟଡି ସେଂଟର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ଏ.କେ.ଦାଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଦିଲ୍ଲୀପ କୁମାର ନାୟକ ଯୋଗ ଦେଇଥିଲେ । ପାରାଦୀପ ପୌର ପରିଷଦର ପୂର୍ବତନ ପୌରପାଳ ବସନ୍ତ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହିପରି ଷ୍ଟଡି ସେଂଟର ଉଚ୍ଚ ଶିକ୍ଷା ପ୍ରସାରରେ ସହାୟକ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ସଭାପତିତ୍ୱ କରିଥିବା ବେଳେ ଷ୍ଟଡି ସେଂଟର ର ସଂଯୋଜକ ତଥା ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପାରାଦୀପ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଗଣେଶ୍ୱର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *