ପାରାଦୀପ ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସର ରେ ପାରାଦୀପ ବନ୍ଦର ପକ୍ଷରୁ ସ୍ୱଛତା ପକ୍ଷ ର ଶୁଭାରମ୍ଭ ହୋଇଛି । ଏହି ଅବସର ରେ ଗୁରୁବାର ଦିନ ପାରାଦୀପ ବନ୍ଦର ପ୍ରଶାସନିକ ଭବନ ପରିସର ରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଙ୍କ ପୌରହିତ୍ୟ ରେ ଏହି ସମାରୋହ ର ଉଦଘାଟିତ ହୋଇଥିଲା । ଆଦର୍ଶ କୋଭିଡ୍-୧୯ ଗାଇଡ୍ ଲାଇନ୍ ପାଳନ କରାଯାଇ ଏହି ସମାରୋହ ର ଆୟୋଜନ କରାଯାଇଥିଲା । ବନ୍ଦର ର ବିଭାଗୀୟ ମୁଖ୍ୟ ଓ ବିଭାଗୀୟ ଉପମୁଖ୍ୟ ମାନେ ସ୍ୱଛତା ର ଶପଥ ନେଇଥିଲେ । ଏହି ପକ୍ଷ ପାଳନ ର ଅବ୍ୟବାହିତ ପୂର୍ବ ରୁ ବନ୍ଦର ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି । ବନ୍ଦର ର କର୍ମଚାରୀ, ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଛତା ସଂପର୍କ ରେ ସଚେତନତା କାର୍ଯ୍ୟ କରାଯାଉଛି । ଆଦର୍ଶ କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ଏହି ପକ୍ଷ ପାଳନ ସମୟ ରେ ସମସ୍ତ କାର୍ଯ୍ୟ କରାଯିବା କୁ ସ୍ଥିର କରାଯାଇଥିବା ବନ୍ଦର ପକ୍ଷରୁ ପ୍ରେସ୍ ଇସ୍ତାହାର ରୁ ସୂଚନା ମିଳିଛି । ଓଡ଼ିଶା ସମାଚାର