Tuesday , May 30 2023
Breaking News
Home / ବିଶେଷ / ପରିବେଶ ସଚେତନା ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ

ପରିବେଶ ସଚେତନା ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ

କଟକ, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଓଡିଶା ଏନଭାୟାର୍ମେଣ୍ଟାଲ ସୋସାଇଟି ଭୁବନେଶ୍ୱର ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିର୍ଲୋ ବରହମପୁର ସ୍ଥିତ ମା ଉତ୍ପଳାକ୍ଷୀ ମନ୍ଦିର ପ୍ରାଙ୍ଗଣରେ ଏକ ଚାରା ବଣ୍ଟନ,ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ୍ତ ଆଚାର୍ୟ୍ୟ,ଡକ୍ଟର ପ୍ରଦୀପ କୁମାର ରଥ,ରଘୁନାଥ ପୃଷ୍ଟି,ରବିନ୍ଦ୍ର ମିଶ୍ର,ମନୋରଞ୍ଜନ ମିଶ୍ର,ନମିତା ମହାପାତ୍ର,ଡକ୍ଟର ନାରାୟଣ ତ୍ରିପାଠୀ,ଅଜିତ ନାୟକ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଆଲୋଚନା କରିଥିଲେ ।
ଏହି କାର୍ୟ୍ୟକ୍ରମକୁ ଉତ୍ପଳାକ୍ଷୀ ଯୁବକ ସଂଘର ବରିଷ୍ଠ ସଭ୍ୟ ତଥା ଯୁବ ସମାଜସେବୀ ସମୀର ଚୌଧୁରୀ କରୋନା କଟକଣା ଅନୁସାରେ ପରିଚାଳନା କରିଥିବା ବେଳେ ହେମନ୍ତ ଚୌଧୁରୀ,ଚନ୍ଦନ ମଲ୍ଲିକ, ରତିକାନ୍ତ ବେହେରା,ସରୋଜ ସାହୁ, ନିରଂଜନ ଭୋଇ,ସଂଜୟ ବେହେରା,ପ୍ରଦୋଷ ଚୌଧୁରୀ,ବିଶ୍ବଜିତ୍ ସିଂହ,କେଦାର ସାହୁ,ସାଗର ସାହୁ,ମାନସ ଆଚାର୍ୟ୍ୟ,ହେମନ୍ତ ସାହୁ ,ଦୁଲାଲ ବେହେରା ,କୃଷ୍ଣଚନ୍ଦ୍ର ସାହୁ,ପ୍ରମୂଖ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.