Friday , October 22 2021
Home / ବିଶେଷ / ପତିତପାବନ ଓରଫ ଚିକୁନ ଶେଷରେ ବନ୍ଧା ହେଲେ

ପତିତପାବନ ଓରଫ ଚିକୁନ ଶେଷରେ ବନ୍ଧା ହେଲେ

ଭୁବନେଶ୍ୱର,୧୬/୦୯/୨୦୨୧(ଓଡ଼ିଶା ସମାଚାର)- ପରିବାର ଲୋକଙ୍କୁ ଅପହରଣ ର ମିଛ ଫୋନ୍ କରି ରାଜ୍ୟ ବାହାରକୁ ପଳାଇଯାଇଥିବା ପତିତପାବନ ଓରଫ ଚିକୁନ ଶେଷରେ ବନ୍ଧା ହେଲେ । ପୋଲିସ ତଦନ୍ତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଡେଲଭରୀ ବୟ ନଥିଲେ ବୋଲି ସୂଚନା ମିଳିଛି । ପୋଲିସକୁ ଭ୍ରମିତ କରିବା, ମିଥ୍ୟା ଅପହରଣ ନାଟକ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଚିକୁନକୁ ପୋଲିସ ଗିରଫ କରିଛି । ସେହିପରି ଉଦ୍ଧାର ଯୁବତୀ ସ୍ବଇଚ୍ଛାରେ ଯୁବକଙ୍କ ସହ ଫେରାର ହୋଇଥିବା କହିଲେ ଯୁବତୀ ।
ସୂଚନାଯୋଗ୍ୟ ଯେ, ଧଉଳି ଅଞ୍ଚଳର ଏହି ଡେଲିଭରୀ ବୟ ପତିତପାବନ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । କେହି ତାଙ୍କୁ କୁଆଡେ ନେଇଯାଉଛନ୍ତି ବୋଲି ଏକ ଭଏସ ମେସେଜ ଜରିଆରେ ନିଜ ପରିବାର ଲୋକଙ୍କୁ ସେ ଜଣାଇଥିଲେ । ଅଭିଯୋଗ ପରେ ଏନେଇ ପୋଲିସ୍ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ରେଳବାଇ ଥାନାକୁ ପତିପାବନଙ୍କ ଫଟୋ ପଠାଇଥିଲା । ପତିତପାବନକୁ ମଧ୍ୟପ୍ରଦେଶର କଟନୀରୁ ରେଳବାଇ ପୋଲିସ ଠାବ କରିଥିଲେ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସ ର ଛାନ୍ଭିନ୍ । ପତିତପାବନ ନିଜ ସ୍ତ୍ରୀକୁ ଅପହରଣର ମିଛ କଥା କହି ପ୍ରେମିକା ସହ ଫେରାର୍ ହୋଇଥିଲେ ବୋଲି ଜଣାପଡ଼ିଛି।
ଆଜି ଉଭୟ ପତିତପାବନ ଏବଂ ଜଣେ ଯୁବତୀଙ୍କୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଅଣାଯାଇଛି । ଧଉଳି ଥାନାରେ ପଚରା ଉଚୁରା କରିବା ପରେ ପୋଲିସକୁ ଭ୍ରମିତ କରିବା, ମିଥ୍ୟା ଅପହରଣ ନାଟକ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଚିକୁନକୁ ଗିରଫ କରିଛି ପୋଲିସ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *