Monday , December 6 2021
Breaking News
Home / ବିଶେଷ / ନିଖୋଜ କମ୍ପାନୀ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର

ନିଖୋଜ କମ୍ପାନୀ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର

ପାରାଦୀପ,୧୬/୦୯/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଗେଲ ଇଣ୍ଡିଆ ରେ ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଜନୈକ କର୍ମଚାରୀ ଙ୍କ ମୃତ ଦେହ ପାରାଦୀପ ଉପକଣ୍ଠ ଦୋଛକି ନିକଟ ରୁ ଏକ ପରିତ୍ୟକ୍ତ ଜଳାଶୟ ରୁ ବୁଧବାର ଦିନ ଉଦ୍ଧାର ହୋଇଛି । ମୃତକ ହେଲେ ରବି ନାୟକ(୪୬) । ସେ ପାରାଦୀପ ଗଡ ନିକଟସ୍ଥ ନୂଆଗଡ ଗ୍ରାମ ରେ ପରିବାର ସହିତ ରହିଆସୁଥିଲେ । ଦୁଇ ଦିନ ହେବ ରବି ଘରକୁ ଫେରି ନଥିବାରୁ ନେଇ ତାଙ୍କ ପରିବାର ପକ୍ଷରୁ ଲକ୍ ଥାନା ରେ ଅଭିଯୋଗ ହୋଇଥିଲା । କମ୍ପାନୀ ତାଙ୍କ ସ୍ୱାମୀଙ୍କୁ ଉଚିତ୍ ଦରମା ମିଳୁ ନଥିବା ନେଇ ମୃତ ରବି ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏ ପରିକି ଘଟଣା ର ଆପୋଶ ସମାଧାନ କରିବା ନେଇ ତାଙ୍କ  ଉପରେ ଚାପ ପକାଯାଉଥିବା ନେଇ ପାରାଦୀପ ଲକ୍ ଥାନା ରେ ରବି ଙ୍କ ସ୍ତ୍ରୀ ବିମଳା ନାୟକ ଲିଖିତ ଅଭିଯୋଗ କରିଛନ୍ତି । ମୃତ ରବିଙ୍କ ଘର ବାଲେଶ୍ୱର ଜିଲ୍ଲା ରେ । ବୁଧବାର ଦିନ ରବିଙ୍କ ମୃତ ଦେହ ମିଳିବା ରେ ଶୋକ ର ଛାୟା ଖେଳି ଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *