Sunday , October 24 2021
Breaking News
Home / ବିଶେଷ / ତିର୍ତୋଲ ବିଧାୟକ  ଙ୍କ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ 

ତିର୍ତୋଲ ବିଧାୟକ  ଙ୍କ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ 

ରଘୁନାଥପୁର, ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଲଗାଣ ବର୍ଷା ରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳକୁ ଆଜି ବୁଲି ଦେଖିଛନ୍ତି ତିର୍ତୋଲ ବିଧାୟକ  ବିଜୟ ଶଙ୍କର ଦାସ  ଓ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ । ଏହି କ୍ରମରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଚିକିଣିଆ ପଂଚାୟତର ଏରଣ୍ଡପାଳ,ଗୁଆଳିପୁର ପଂଚାୟତର କପାଳେଶ୍ୱର ଗ୍ରାମରେ ଥିବା ବରଡ଼ା ଗେଂଜ , ବର୍ତୀ ଆଦିବାସୀ ସାହି, କୁର୍ତାଙ୍ଗ ଆଦିବାସୀ ସାହି, ଗୁଆଳିପୁର ଆଦିବାସୀ ସାହିରେ ପହଂଚି ସେଠାରେ ବାସ କରୁଥିବା ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦଶା ଶୁଣିଥିଲେ ।  ଦୀର୍ଘ ୧୨ ବର୍ଷ ତଳେ  କପାଳେଶ୍ୱର ବରଡ଼ା ଗେଂଜ ଠାରେ ହଂସୁଆ ନଦୀରେ ଏକ ପୋଲର ଶୁଭ ଦିଆଯାଇଥିଲେ ବି ତାହା ଏପର୍ଯ୍ୟନ୍ତ ହୋଇ ନପାରିବାରୁ ଏଙ୍ଖାରେ ବିପଦ ସଙ୍କୁଳ ଅବସ୍ଥାରେ ବାଉଁଶ ପୋଲ ମାଧ୍ୟମରେ ସ୍ଥାନୀୟ ବାସିନ୍ଦାମାନେ ନଦୀ ପାର ହୋଇ ଯିବା ଆସିବା କରିବା ସହିତ  ବର୍ଷାଦିନେ ସମ୍ପୂର୍ଣ୍ଣ ଜଳବନ୍ଦି ଅବସ୍ଥାରେ ଦିନ କାଟିଥାନ୍ତି ।  ଏଠାରେ ଏକ ପୋଲି ନିର୍ମାଣ କରିବାକୁ ଗ୍ରାମବାସୀମାନେ ବିଧାୟକଙ୍କ ନିକଟରେ ଦାବି କରିଥିଲେ । ସେହିପରି ଆସିବାସୀ ସାହି ଲୋକମାନଙ୍କର  ଅଭିଯୋଗ ଶୁଣି ତାହାର ପ୍ରତିକାର ପାଇଁ ପ୍ରତିଶୃତି ଦେବା ପରେ ଲଗାଣ ବର୍ଷାରେ ଉବୁଟୁବୁ ହେଉଥିବା ରାଢ଼ଙ୍ଗ ପଂଚାୟତ ଗସ୍ତ କରି ପଂଚାୟତର ଉଦବୃତ ଜଳ ଚିଲିକାର ଭ୍ରମ ସୃଷ୍ଟି କରୁଥିବା ଦେଖିଥିଲେ । ଏଥି ସହିତ ଡ଼୍ରେନେଜ ବିଭାଗ ଅଧିନରେ ଥିବା ସାଁପୁର ରାଢ଼ଙ୍ଗ ରାସ୍ତାର ମାଧପୁର ସଫେଇ ନିକଟରେ  ପାଣି ନିସ୍କାସିତ ହେଉନଥିବା ଦେଖି ଏହାର ପ୍ରତିକାର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କୃଷି ଅଧିକାରୀଣି ରାଜଲକ୍ଷ୍ମୀ ସାହୁ, କର୍ମଚାରୀ ଅମିୟ ପରିଜା, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ସରୋଜ କୁମାର ଦାସ, ସରପଂଚ ଶେଷଦେବ ସେଠୀ,  ପୂର୍ବତନ ସମିତି ସଭ୍ୟ ଖୋକନ ରାୟ, ନୀରାକାର ଖୁଂଟିଆ,ସରପଂଚ ଜାନକୀ ବଲଭ ସ୍ୱାଇଁ, ରବିନ୍ଦ୍ର ନାଥ ସ୍ୱାଇଁ, ଶ୍ରୀନିବାସ ନାୟକ, ପ୍ରକାଶ ମଲିକ, ପୂର୍ବତନ ସରପଂଚ ବିଷ୍ଣୁ ଚଚରଣ ସେଠୀ, ଉମେଶ ପରିଡ଼ା,ସରପଂଚ ପ୍ରମୋଦ ଜେନା,ବିଜେଡ଼ି କୋର କମିଟି ସଦସ୍ୟ ସୁରେନ୍ଦ୍ର କୁମାର ରାଉତ, ଯୋସେଫ ସ୍ୱାଇଁ, ଭଗବାନ ସ୍ୱାଇଁ, ନିହାର ରଂଜନ ସାହୁ,  ବୀର ନାରାୟଣ ମିଶ୍ର,ଇନ୍ଦୁ ଭୁଷଣ ଲେଙ୍କା ପ୍ରମୁଖ ସାମିଲ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *