Tuesday , December 7 2021
Breaking News
Home / ବିଶେଷ / ଜେଇଇ ପରୀକ୍ଷା ରେ ପାରାଦୀପ ର ଆକାଶ ଙ୍କ ସଫଳତା

ଜେଇଇ ପରୀକ୍ଷା ରେ ପାରାଦୀପ ର ଆକାଶ ଙ୍କ ସଫଳତା

ପାରାଦୀପ ୧୬/୦୯/୨୦୨୧(ଓଡ଼ିଶା ସମାଚାର)- ସଂପ୍ରତି ଜେଇଇ ମେନ୍ ପରୀକ୍ଷା ର ଫଳାଫଳ ପ୍ରକାଶ ପାଇଛି । ପାରାଦୀପ ର ଆକାଶ କୁମାର ବିଶ୍ୱାଳ ୯୯.୮୨ ପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି । ପାରାଦୀପ ମେରାଇନ୍ ବିଭାଗ ରେ ସର୍ଭେୟର ଭାବେ କାମ କରୁଥିବା ଗଗନ ବିହାରୀ ବିଶ୍ୱାଳ ଓ ମାଆ ଶିକ୍ଷୟତ୍ରୀ ସସ୍ମିତା ଦାସ ଙ୍କ ବଡପୁଅ ଆକାଶ ପାରାଦୀପ ବେଥାନୀ କନ୍ଭେ ସ୍କୁଲ ରୁ ମାଟ୍ରିକ୍ ପରୀକ୍ଷା ରେ ୭୪ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । +୨ ଶିକ୍ଷା ବିକାଶ କଲେଜ ରୁ ୮୭.୦୩ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ଜେଇଇ ପାଇଁ ପାଠପଢା ଜାରୀ ରଖିଥିଲେ । ପାରାଦୀପ ର ଏହି କୃତି ଛାତ୍ର ଚଳିତ ଜେଇଇ ମେନ୍ ପରୀକ୍ଷା ରେ କୃତିତ୍ୱ ର ସହ ସଫଳ ହୋଇଥିବା ବେଳେ ବିଭିନ୍ନ ମହଲ ରୁ ଶୁଭେଛା ଜଣେଇଛନ୍ତି । ବାପା ଗଗନ ବିହାରୀ ବିଶ୍ୱାଳ, ମାଆ ସସ୍ମିତା ଦାସ ଓ ସାନ ଭଉଣୀ ଶ୍ରୀୟାଲକ୍ଷ୍ମୀ ବିଶ୍ୱାଳ ଆକାଶ ଙ୍କ ଏହି ସଫଳତା ପରେ ବେଶ୍ ଖୁସି ଜାହିର କରିଛନ୍ତି । ପାରାଦୀପ ର ଅନ୍ୟ ପିଲାମାନେ ଆକାଶ ଙ୍କ ପରି ହେବା କୁ ସେ ନିବେଦନ କରିଛନ୍ତି । କଠୋର ପରିଶ୍ରମ କଲେ ସଫଳତା ନଶ୍ଚେ ମିଳିବ ବୋଲି ଆକାଶ କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *